ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋୟଲ ଦିଲ୍ଲୀର ମହିଳା ଅଟୋ ଡ୍ରାଇଭରଙ୍କୁ ସାହାଯ୍ୟ କରିଛନ୍ତି। ଗୁରୁବାର ଦିଲ୍ଲୀର ପ୍ରଥମ ମହିଳା ଅଟୋ ଡ୍ରାଇଭର ସୁନୀତା ଚୌଧୁରୀଙ୍କୁ ସହାୟତା କରିଛନ୍ତି ଗୋୟଲ। କିଛି ଦିନ ପୂର୍ବରୁ ସୁନୀତାଙ୍କ ନିକଟରୁ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ଗୋୟଲ ସୁନୀତାଙ୍କୁ ୩୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିଲେ। ଦିଲ୍ଲୀର ପ୍ରଥମ ମହିଳା ଅଟୋ ଡ୍ରାଇଭର ସୁନୀତା ବିଗତ ୧୫ ବର୍ଷ ହେବ ଅଟୋ ଚଳାଉଛନ୍ତି। ଏକ ନୂତନ ଅଟୋ କ୍ରୟ କରିବା ପାଇଁ ଏହି ଅର୍ଥ ରଖିଥିବା ବେଳେ ଏହା ଚୋରି ହେବା ପରେ ତାଙ୍କୁ ସହାୟତା କରିଛନ୍ତି ଗୋୟଲ। ନିଜର ମାସିକ ବେତନକୁ ସାଧାରଣ ଲୋକଙ୍କ ନିମନ୍ତେ ଖର୍ଚ୍ଚ କରିବାର ଏହା ଏକ ଭଲ ସୁଯୋଗ ବୋଲି କହିଛନ୍ତି ରାଜସ୍ଥାନର ଏହି ରାଜ୍ୟସଭା ସାଂସଦ। ଗୋୟଲଙ୍କ ସାଂସଦ କାର୍ଯ୍ୟକାଳ ଆସନ୍ତା ୨୦୨୦ରେ ଶେଷ ହେବାକୁ ଯାଉଛି।
Tags: