ଉତ୍ତର ପ୍ରଦେଶର ବିଭିନ୍ନ ପ୍ରାନ୍ତରେ ଧୂଳିଝଡ ଘଟି ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନ ଏହି ଧୂଳି ଝଡ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ନେଇ ରାଜ୍ୟ ରିଲିଫ୍ କମିଶନର ସୂଚନା ଦେଇଛନ୍ତି । ମଣିପୁରୀ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ମଣିପୁରୀରେ ୬ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୪୧ ଜଣ ଆହତ ହୋଇଛନ୍ତି । ଏଟାହ ଏବଂ କାଶଗଞ୍ଜରେ ତିନି ଜଣ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ମୋରାଦାବାଦ, ବଦାଉଁ, ପିଲିଭିତ୍, କନୌଜ, ସମ୍ଭଲ ଏବଂ ଗାଜିଆବାଦରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଆହତ ମାନଙ୍କ ପାଇଁ ସଠିକ୍ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ରିଲିଫ୍ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ମିଳିଥିବା ବିଷୟରେ ସୂଚନା ଦେଇଛନ୍ତି ପ୍ରମୁଖ ସଚିବ ଅବନୀଶ ଅବସ୍ତି । ଏହି ଝଡ ତୋଫାନରେ ୮ଗୃହପାଳିତ ପଶୁଙ୍କ ପ୍ରାଣହାନି ଘଟିଛି ।
Tags: