Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଣ୍ଡିଆନ୍ ଆଇଡଲ୍‌’ରେ ସମ୍ ଡାକ୍ତର ରୋହନ
ଆଜିର ଖବର

ଇଣ୍ଡିଆନ୍ ଆଇଡଲ୍‌’ରେ ସମ୍ ଡାକ୍ତର ରୋହନ

October 17, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ‘ଇଣ୍ଡିଆନ୍ ଆଇଡଲ୍‌-୧୪’ରେ ଓଡ଼ିଆ ଡାକ୍ତର ରୋହନ ବିଶ୍ୱାଳ ଗୋଲ୍ଡେନ୍ ଟିକଟ ସହ ଶୋ’ରେ ଥିଏଟର ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ବର୍ତ୍ତମାନ ସେ ସାରା ଓଡ଼ିଶା ତଥା ଦେଶରେ ଏକ ଚର୍ଚ୍ଚିତ ଚେହେରା।

ପ୍ରତ୍ୟେକ ଶନିବାର ଓ ରବିବାର ଦିନ ସୋନି ଲାଇଭ୍‌ରେ ଦେଶର ପ୍ରମୁଖ ରିଆଲିଟି ପ୍ରୋଗ୍ରାମ୍ ‘ଇଣ୍ଡିଆନ୍ ଆଇଡଲ୍‌- ସିଜନ୍‌-୧୪’ ପ୍ରସାରିତ ହୋଇଆସୁଛି। ଏଥିରେ ଡାକ୍ତର ରୋହନ ଲୋକପ୍ରିୟ ଚଳଚ୍ଚିତ୍ର ‘କବିର ସିଂ’ ର ଗୀତ ‘କୈସା ହୁଆ’ ଗାଇ ସମସ୍ତଙ୍କ ମନକୁ ଜିଣିବା ସହ ଆଚମ୍ବିତ କରି ଦେଇଥିଲେ। ଉପସ୍ଥିତ ବଲିଉଡର ୩ ଲୋକପ୍ରିୟ ସଂଗୀତ ବିଚାରକ ବିଶାଲ ଦଦଲାନି, କୁମାର ସାନୁ ଓ ଶ୍ରେୟା ଘୋଷାଲଙ୍କୁ ରୋହନଙ୍କର ପ୍ରଦର୍ଶନ ଏତେ ପ୍ରଭାବିତ କରିଥିଲା ଯେ ସେମାନେ ତାଙ୍କୁ ‘ଡାକ୍ତର ସିଙ୍ଗର’ ନାମରେ ନାମିତ କରିଥିଲେ କାରଣ ସେ ଜଣେ ଶିଶୁ ରୋଗ ଡାକ୍ତର।

ରୋହନ ଜଣେ ଡାକ୍ତର ଥିବା ଶୁଣି ବିଚାରକ କୁମାର ସାନୁ ପ୍ରଥମେ ଆ୧⁄୨ର୍ଯ୍ୟ ହୋଇ କହିଥିଲେ ଡାକ୍ତର ହୋଇ ଗୀତ ଗାଇବା ସହଜ ନୁହେଁ। ଯଦି ଗୀତ ଗାଇ ପୁରା ଦେଶରେ ବୁଲିବ, ତେବେ ତୁମେ ‘ଡା. ସିଙ୍ଗର’ ନାମରେ ପ୍ରସିଦ୍ଧ ହୋଇଯିବ।

ଭୁବନେଶ୍ୱର ଖଣ୍ଡଗିରି ଅଂଚଳର ୨୩ ବର୍ଷୀୟ ଡାକ୍ତର ରୋହନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶିଶୁ ରୋଗ ବିଭାଗରେ ହାଉସ୍ ସର୍ଜନ ଭାବେ କାର୍ଯ୍ୟ କରୁଛନ୍ତି। ସେ କାମ କରିବା ସମୟରେ ବି ଗୀତ ଗାଇ ଶିଶୁମାନଙ୍କ ଚିକିତ୍ସା କରିଥାନ୍ତି ବୋଲି ଶୋ’ରେ କହିଥିଲେ। ବିଶେଷ କରି ପିଲାମାନଙ୍କୁ ସେ କୁମାର ସାନୁଙ୍କ ଗୀତ ଶୁଣାଇଥାନ୍ତି।

ଶୋ’ରେ କୁମାର ସାନୁ ଉପସ୍ଥିତ ଥିବାରୁ ତାଙ୍କ ସହିତ ଭିଡିଓ କଲ୍‌ରେ ଲାଇଭ୍ ଯୋଡ଼ି ହୋଇଥିବା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଶିଶୁମାନେ ତାଙ୍କୁ ଗୀତ ଗାଇବାକୁ ଅନୁରୋଧ କରିଥିଲେ। ପରେ ପିଲାମାନଙ୍କ ଅନୁରୋଧ ରକ୍ଷା କରି କୁମାର ସାନୁ ମଂଚ ଉପରକୁ ଆସି ଗାଇଥିଲେ ‘ହମ୍‌କୋ ସିର୍ଫ୍ ତୁମ୍ ସେ ପ୍ୟାର ହୈ’। ପରେ ଶ୍ରେୟା ଘୋଷାଲ କହିଥିଲେ ‘ପିଲେ ଆଜି ତୁମ ଡାକ୍ତର ଭାଇ ଯାହା ଗାଇଲେ, ତାହା ‘ହିଟ୍ ସେ ଭି ଜ୍ୟାଦା ହିଟ୍‌
ହୈ’।

ସେବା ଓ ସୁରର ଏକ ସ୧ିଶ୍ରଣ ରୋହନ, ବୃତିରେ ଜଣେ ଡାକ୍ତର ହୋଇ ବି ସଂଗୀତକୁ ସୁନ୍ଦର ଭାବେ ଆୟତ କରିଛନ୍ତି ଯାହା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଛି। ୪ ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ରୋହନ୍ ଗୁରୁ ଦେବେନ୍ଦ୍ର ନାରାୟଣ ଶତପଥୀଙ୍କ ଠାରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ତାଲିମ ନେଇଥିଲେ।

ପିଲାବେଳେ କିଛି ଓଡ଼ିଆ ଭଜନ କ୍ୟାସେଟ୍‌ରେ ଏବେ ଗୀତିକାର ସ୍ମିତ ପ…ନାୟକଙ୍କ ରଚନାରେ ମ୍ୟୁଜିକ୍ ଭିଡ଼ିଓରେ କଣ୍ଠଦାନ କରିଛନ୍ତି। ଏହା ସହ ଓଡ଼ିଶା ଏବଂ ଓଡ଼ିଶା ବାହାରେ ବହୁ ମଂଚ, ବିଭିନ୍ନ ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ବିଭିନ୍ନ ମଂଚରେ ସଂଗୀତ ପରିବେଷଣ କରି ମଧ୍ୟ ସେ ପ୍ରଶଂସା ଓ ପୁରସ୍କାର ସାଉଁଟିଛନ୍ତି।

ସଂଗୀତ ପ୍ରତି ତାଙ୍କର ଆଗ୍ରହ ଦେଖି ରୋହନଙ୍କ ପିତାମାତା, ଗୁରୁଜୀ ଓ ମେଡିକାଲ୍ କଲେଜର ଅଧ୍ୟାପକ-ଅଧ୍ୟାପିକାମାନେ ତାଙ୍କୁ ଉତ୍ସାହିତ କରିଥିଲେ। ଡାକ୍ତର ରୋହନ୍‌ଙ୍କର କ୍ଲାସିକାଲ୍‌, ସେମି କ୍ଲାସିକାଲ ଓ ମଡର୍ଣ୍ଣ ସବୁ ଗୀତ ଗାଇବାରେ ଦକ୍ଷତା ରହିଛି। ତାଙ୍କର ଅଫିସିଆଲ୍ ୟୁଟ୍ୟୁବ୍‌ ଚ୍ୟାନେଲ୍ ମଧ୍ୟ ରହିଛି। ସେ ‘ଅର୍ପଣ ବ୍ୟାଣ୍ଡ’ ସହ ବି ଯୋଡ଼ି ହୋଇ ରହିଛନ୍ତି। ୨୦୧୪ରେ ଏମ୍‌ବିସି ଟିଭି ପକ୍ଷରୁ ‘ସନ୍ତୁର ସିଙ୍ଗିଙ୍ଗ୍ ସୁପର୍‌ଷ୍ଟାର ଜୁନିଅର’ର ଶ୍ରେଷ୍ଠ ଗାୟକ ଭାବେ ସେ ସ୧ାନିତ ହୋଇଥିବା ବେଳେ ୨୦୧୫ରେ ‘ଇଣ୍ଡିଆନ୍ ଆଇଡଲ୍ ଜୁନିୟର’ ସିଜନ-୨ରେ ଟପ୍‌-୨୦ରେ ସ୍ଥାନ ପାଇଥିଲେ।

ଡାକ୍ତର ରୋହନ କହିଛନ୍ତି ଡାକ୍ତରୀ ଶିକ୍ଷା ଏବଂ ସଂଗୀତ ଶିକ୍ଷା ଦୁଇଟି ଭିନ୍ନ ବିଷୟ । ଡାକ୍ତର ରୋହନ ଛୋଟ ପିଲାମାନଙ୍କର ଚିକିତ୍ସା କରିବା ସମୟରେ ଉଭୟର ମିଶ୍ରଣ କରିବାକୁ ଇଚ୍ଛା କରିଥାନ୍ତି। ସମ୍ ହସ୍ପିଟାଲ୍‌ରେ ଗୀତ ଗାଇ ସେ ରୋଗୀମାନଙ୍କ ଯବଣାକୁ ହ୍ରାସ କରିବାକୁ ଚେଷ୍ଟା କରନ୍ତି।

ଯେତେବେଳେ ସେ ଛୋଟ ପିଲାମାନଙ୍କୁ ଇଞ୍ଜେକ୍ସନ୍ ବା ସାଲାଇନ୍ ବା ଗ୍ଲୁକୋଜ ଦେବା ପାଇଁ ଛୁଂଚି ଫୋଡନ୍ତି ସେତେବେଳେ ସେ ପିଲାମାନଙ୍କ ଆଖିରେ ଭୟ ଏବଂ ଯବଣା ଅନୁଭବ କରିଥାନ୍ତି। ତେଣୁ ସେମାନଙ୍କ ଚିକିତ୍ସା ପୂର୍ବରୁ ସେ ଗୀତ ଗାଆନ୍ତି ଯାହା ଫଳରେ ସେମାନଙ୍କର ଯବଣା ହ୍ରାସ ହେବା ସହ ଭୟ ଦୂର ହୋଇଥାଏ।

ଇଣ୍ଡିଆନ ଅଇଡଲ୍ ସିଜନ – ୧୪ରେ ଆସିଥିବା ସୁଯୋଗକୁ ହାତଛଡା କରି ନଥିଲେ ଡାକ୍ତର ରୋହନ। ପ୍ରଥମେ ଭୁବନେଶ୍ୱର ପରେ କୋଲ୍‌କାତା ଓ ମୁମ୍ବାଇରେ ଅଡିସନ୍ ଦେବା ସହ ବିଭିନ୍ନ ପର୍ଯ୍ୟାୟ ଦେଇ ସର୍ବଭାରତୀୟ ସ୍ତରରେ ୬୦ ଜଣଙ୍କ ମଧ୍ୟରେ ସେ ରହିଥିଲେ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
BJP Ads
Latest News

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଯୋଗଦେଲେ ଆଇନମନ୍ତ୍ରୀ

October 31, 2025

ବାଲୁଗାଁ ଗାନ୍ଧିଛକ ନିକଟସ୍ଥ ସୁନା ଦୋକାନରୁ ଚୋରି ଉଦ୍ୟମ: ଦୁଇ ଗିରଫ

October 31, 2025

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ

October 31, 2025

ରାଷ୍ଟ୍ରୀୟ ଏକତା ଦିବସ ୨୦୨୫ ଅବସରରେ ‘ରନ୍‍ ଫର୍‍ ୟୁନିଟି’ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ

October 31, 2025

“ବିକଶିତ ଭାରତ” ଗଠନରେ ଆଦିବାସୀ ଯୁବ ନେତୃତ୍ୱ ହେବ ପ୍ରଗତିର ଭିତ୍ତି: ଡକ୍ଟର ମନସୁଖ ମାଣ୍ଡଭିୟ

October 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.