ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଦିନିଆ ଦିଲ୍ଲୀ ଗସ୍ତ କରୁଛନ୍ତି। ୧୧ ତାରିଖରେ ମୋଦି ସହ ନବୀନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। ନବୀନ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟର ବିଭିନ୍ନ ସ୍ବାର୍ଥ ସମ୍ବଳିତ ଦାବି ଜଣାଇବେ। ନବୀନ ପଟ୍ଟନାୟକ ନିତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦାନ କରିବେ। ପଞ୍ଚମପାଳ ସରକାର ପରେ ନବୀନ ପଟ୍ଟନାୟକଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ ହୋଇଥିବାବେଳେ ରାଜ୍ୟରେ ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାର ପରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ବେଶ୍ ଚର୍ଚ୍ଚା ରହିଛି।
Tags: