ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ପଦପାଇଁ ବିଜେଡି ପ୍ରାର୍ଥୀ ଭାବେ ମନୋନିତ କରିଛନ୍ତି। ସେହିପରି ସରକାରୀ ଉପମୁଖ୍ୟ ସଚେତକ ଭାବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ନିଯୁକ୍ତି ଦିଆଯାଇଛି। ବିଜେଡି ତରଫରୁ ପ୍ରକାଶିତ ଏକ ପ୍ରେସ ଇସ୍ତାହାରରେ ଏହି ଦୁଇଜଣଙ୍କ ନାମ ପ୍ରକାଶିତ ହୋଇଛି। ପୂର୍ବରୁ ବିଜେଡି ବାଚସ୍ପତି ଭାବେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ପରେ ସର୍ବସମ୍ମତି କ୍ରମେ ସୂର୍ଯ୍ୟ ପାତ୍ର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଦଳ ପ୍ରମିଳା ମଲ୍ଲିକଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବେ ପୂର୍ବରୁ ନିଯୁକ୍ତି ଦେଇଛନ୍ତି। ଏହାପରେ ଉପବାଚସ୍ପତି ଏବଂ ଉପମୁଖ୍ୟ ସଚେତକ କିଏ ହେବ ସେ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ତାହାର ଅନ୍ତ ଘଟିଛି। ଆଗାମୀ ବିଧାନସଭାର ଅଧିବେଶନରେ ଉପବାଚ୍ସପତି ନିର୍ବାଚନ ଅନୁଷ୍ଠିତ ହେବ। ସେଥିରେ ବିଜେଡିର ସଂଖ୍ୟା ଅନୁସାରେ ରଜନୀକାନ୍ତ ସିଂ ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ମନୋନିତ ହେବେ।
ରଜନୀକାନ୍ତ ସିଂ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ, ପ୍ରଣବ ବଳବନ୍ତରାୟ ସରକାରୀ ଉପ ମୁଖ୍ୟ ସଚେତକ
Published:
Jun 7, 2019, 11:23 pm IST
Tags: