ବିଂଶ ଶତାବ୍ଦୀର ଦୁଇ ଦଶନ୍ଧି ଅତିକ୍ରମ କରିବାକୁ ବସିଥିଲେ ମଧ୍ୟ ଆଜି ବି ବାଲ୍ୟବିବାହ ଚାଲିଛି । ୟୁନିସେଫ୍ ତରଫରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡିଛି ଯେ, ଦୁନିଆରେ ପ୍ରତି ପାଞ୍ଚଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି, ଯାହାଙ୍କ ବୟସ ୧୫ ବର୍ଷ ବା ତା’ ତଳକୁ ରହିଛି । ୟୁନିସେଫ୍ ବାଲ୍ୟବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି । କମ୍ ବୟସରେ ବିବାହ କରୁଥିବାଙ୍କ ସଂଖ୍ୟା ରହିଛି ୨.୩ କୋଟି । ଏହି ରିପୋର୍ଟ ଅନୁସାରେ ବିଶ୍ବର ୮୨ଟି ଦେଶର ତଥ୍ୟକୁ ଗ୍ରହଣ କରାଯାଇଛି । ଏହି ଦେଶ ମଧ୍ୟରେ ସାହାରା ଆଫ୍ରିକା, ଲାଟିନ୍ ଆମେରିକା, କେରେବିୟାନ୍, ସାଉଥ୍ ଏସିଆ, ଇଷ୍ଟ ଏସିଫ ଓ ପାସିଫିକ୍ କ୍ଷେତ୍ର ରହିଛି । ୟୁନିସେଫ୍ର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ବିବାହ ପରେ ପିଲାଳିଆମି ତଥା ପିଲାଳିଆ ସ୍ବଭାବ ଶେଷ ହୋଇଥଟାଏ । ଅତି ଛୋଟ ବୟସରୁ ପରିସ୍ଥିତିର ବୋଝ ସମ୍ଭାଳି ସମ୍ଭାଳି ସେମାନେ ଦବି ଯାଆନ୍ତି । ସେହିପରି କମ୍ ବୟସରେ ପିତା ହୋଇଯିବା କାରଣରୁ ପରିବାରର ଦେଖାରେଖା ସଠିକ୍ ରୂପେ ହୋଇପାରେ ନାହିଁ ଏବଂ ପାଠ ପଢାରେ ମଧ୍ୟ ବାଧା ସୃଷ୍ଟି ହୋଇଥାଏ । ରିପୋର୍ଟ ମୁତାବକ ସବୁଠୁ ଅଧିକ ବାଲ୍ୟବିବାହ ସେଣ୍ଟ୍ରାଲ୍ ଆଫ୍ରିକାନ୍ ରିପ୍ଲବିକ୍ରେ ହୋଇଥାଏ । ଏଠାରେ ୨୮ ପ୍ରତିଶତ ପୁଅଙ୍କ ବିବାହ ୧୫ ବର୍ଷରୁ କମ୍ ବୟସରେ ହୋଇଥାଏ । ସେହିପରି ଏହି ରିପୋର୍ଟରେ ବାଲ୍ୟବିବାହ ଅଧିକତର ଗରିବ ପରିବାର ତଥା ଗ୍ରାମୀଣ କ୍ଷେତ୍ରରେ ହୋଇଥାଏ, ଯେଉଁଠି ଶିକ୍ଷାର ପ୍ରସାର କମ୍ ରହିଥାଏ ।
ପ୍ରତି ପାଞ୍ଚ ଜଣରେ ଜଣେ ବାଲ୍ୟ ବିବାହ କରୁଛନ୍ତି : ୟୁନିସେଫ୍
Published:
Jun 8, 2019, 3:27 pm IST
Tags: