ପ୍ରଥମ ଥର ପାଇଁ ଅର୍ଥ ବିଭାଗ ଦାୟିତ୍ବ ହାସଲ କରିଥିବା ନିର୍ମଳା ସୀତାରମଣ ଚଳିତ ବଜେଟ୍ ଅଧିବେଶନରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିବେ । ଏହି ବଜେଟ ଉପସ୍ଥାପନ ପୂର୍ବରୁ ବିଭିନ୍ନ ଅର୍ଥନୀତିଜ୍ଞଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି । ଅର୍ଥ ଏବଂ ନିଗମ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ସୀତାରମଣ ଜାତୀୟ ଅର୍ଥ କମିଶନର ମୁଖ୍ୟ ଏନ୍ କେ ସିଂଙ୍କୁ ଭେଟିବା ଅବସରରେ ଏହି ସୂଚନା ଦେଇଛନ୍ତି । ଚଳିତ ବଜେଟ୍ରେ ସୀତାରମଣ ଧୀମା ହୋଇଥିବା ଅର୍ଥନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ । ବଜେଟ୍ ଉପସ୍ଥାପନ ନିମନ୍ତେ ଜୁନ୍ ୧୧ରୁ ୨୩ ମଧ୍ୟରେ ବିଭିନ୍ନ ଅର୍ଥନୀତିଜ୍ଞ, ବ୍ୟାଙ୍କ ଏବଂ ଅର୍ଥନୈତିକ ଅନୁଷ୍ଠାନ ଏବଂ ଶିଳ୍ପ ସଂସ୍ଥାନ ମାନଙ୍କ ସହିତ ବୈଠକ କରିବେ । ଏହି ଆଲୋଚନାରେ ଅଣ ପରିଶୋଧିତ ଋଣ (ଏନ୍ପିଏ), ବେରୋଜଗାରୀ, ବ୍ୟକ୍ତିଗତ ନିବେଶ ଏବଂ ବାଣିଜ୍ୟରେ ଉନ୍ନତି ପ୍ରଭୃତି ବିଷୟରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।
Tags: