ଆଇନ ଜାଲରେ ରୋନାଲଡୋ: ବିଶ୍ବ ଫୁଟବଲ ଜଗତର କିମ୍ବଦନ୍ତୀ ପୁରୁଷ କ୍ରିଷ୍ଟିଆନୋ ରୋନାଲଡୋ ବର୍ତ୍ତମାନ ଆଇନ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଆମେରିକାର ଫ୍ଲୋରିଡା ଜିଲ୍ଲା କୋର୍ଟରେ ତାଙ୍କ ବିରୋଧରେ ଏକ ମକଦ୍ଦମା ଦାୟର କରାଯାଇଛି। ଅଭିଯୋଗକାରୀ ମାଇକେଲ ସିଜେମୋର, ମିକି ଭୋଙ୍ଗଡାରା ଏବଂ ଗର୍ଡନ ଲୁଇସ ଅଭିଯୋଗ କରିଛନ୍ତି ଯେ ରୋନାଲଡୋଙ୍କ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ କଂପାନୀ ବିନାନସିର ପ୍ରଚାର ପ୍ରସାର କରିଥିବାରୁ ସେମାନଙ୍କ ଆର୍ଥିକ କ୍ଷତି ଘଟିଛି।
ମନି ଲଣ୍ଡରିଂ ନେଇ ବିନାନସି କଂପାନୀ ବର୍ତ୍ତମାନ ତଦନ୍ତ ପରିସରକୁ ଆସିଛି। ସେଥିପାଇଁ ସେ ଏହାର କ୍ଷତିଗସ୍ତଙ୍କୁ ୪.୩ ବିଲିୟନ ଡଲାରର ଦେବାକୁ କୋର୍ଟକୁ ଅନୁରୋଧ କରାଯାଇଛି। ଦାଖଲ ହୋଇଥିବା ମକଦ୍ଦମା ଅନୁଯାୟୀ, ରୋନାଲଡୋ ବିନାନସି କଂପାନୀ ବିଜ୍ଞାପନ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଏହି କଂପାନୀ ପଞ୍ଜୀକୃତ ହୋଇନଥିବା ଏକ ସିକ୍ୟୁରିଟି ସଂସ୍ଥା। ତାହାର ପ୍ରଚାର କରିବା ଆଇନ ବିରୋଧୀ ବୋଲି ଅଭିଯୋଗରେ କୁହାଯାଇଛି।
୨୦୨୨ ମଧ୍ୟଭାଗରେ ଏକ୍ସଚେଞ୍ଜ ସହିତ ବହୁ ବର୍ଷ ଧରି ଅଂଶିଦାର ଥିବା ଅଲ-ନାସର ତାରକା ନିଜର ଅଣ-ଫୁଟବଲ୍ ଟୋକେନ୍ (NFT) କୁ ସମର୍ଥନ କରିବାକୁ ଯୋଜନା କରିଥିଲେ। ଅଭିଯୋଗକାରୀମାନେ ଯୁକ୍ତି କରିଛନ୍ତି ଯେ ରୋନାଲଡୋଙ୍କ NFT ସଂଗ୍ରହ ସହିତ ଜଡିତ ଉପଭୋକ୍ତାମାନେ ବିନାନସିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଅଧିକ ଇଛୁକ ଥିଲେ।
ବିଜ୍ଞାପନ ଆଇନରେ ଦର୍ଶାଯାଇଛି ଯେ ରୋନାଲଡୋଙ୍କ ପ୍ରୋତ୍ସାହନମୂଳକ କାର୍ଯ୍ୟକଳାପ ପଞ୍ଜୀକୃତ ହୋଇନଥିବା ସିକ୍ୟୁରିଟିରେ ବିନିଯୋଗ କରିବାକୁ ସେ ଲୋକଙ୍କୁ ଉତ୍ସାହିତ କରିଥିଲେ। ରୋନାଲଡୋ ବିନାନସି ରେ ବିନିଯୋଗ କରିବା ପାଇଁ ପ୍ରଭାବଶାଳୀ ଭାବରେ ଲୋକଙ୍କୁ ଅନୁରୋଧ କରିଥିଲେ।
ତାଙ୍କର ଅନୁରୋଧକୁ ବା ପ୍ରଚାରରେ ପ୍ରଭାବିତ ହୋଇ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଏବଂ ସମର୍ଥକ ବିନାନସି ପ୍ଲାଟଫର୍ମରେ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଅଭିଯୋଗ ହୋଇଛି।
ବିନାନସି ବର୍ତ୍ତମାନ ତଦନ୍ତର ସମ୍ମଖୀନ ହେଉଥିବା ବେଳେ ରୋନାଲଡୋଙ୍କ ମଧ୍ୟ ଆଇନଗତ ଅସୁବିଧା ସୃଷ୍ଟିହେବାର ସମ୍ଭାବନା ରହିଛି। ନିକଟରେ ଏହି ପ୍ଲାଟଫର୍ମର ସିଇଓ ଚାଙ୍ଗପେଙ୍ଗ ଜାଓ (ସିଜେ) ମନି ଲଣ୍ଡରିଂ ଅଭିଯୋଗରେ କମ୍ପାନୀର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି।