Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୮୧.୩୫ କୋଟି ହିତାଧିକାରୀଙ୍କୁ ମିଳିବ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ: କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି
ବିଶେଷ ଖବର

୮୧.୩୫ କୋଟି ହିତାଧିକାରୀଙ୍କୁ ମିଳିବ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ: କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି

November 30, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ରାସନ
ରାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ଭାରତ ସରକାର!: ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅଧୀନରେ ପ୍ରାୟ ୮୧.୩୫ କୋଟି ହିତାଧିକାରୀଙ୍କୁ ଜାନୁଆରୀ ୧, ୨୦୨୪ରୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆଜି ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି।

ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ପିଏମଜିକେଏୱାଇକୁ ବିଶ୍ୱର ସର୍ବବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ମଧ୍ୟରେ ସ୍ଥାନିତ କରିଛି ଯାହାର ଉଦ୍ଦେଶ୍ୟ ହେଉଛି ୫ ବର୍ଷ ମଧ୍ୟରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ।

ଏହି ନିଷ୍ପତ୍ତି ଜନସଂଖ୍ୟାର ମୌଳିକ ଖାଦ୍ୟ ଏବଂ ପୋଷଣ ଆବଶ୍ୟକତା ପୂରଣ ମାଧ୍ୟମରେ ଦକ୍ଷ ଏବଂ ଲକ୍ଷ୍ୟ ଆଧାରିତ କଲ୍ୟାଣ ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ଅମୃତ କାଳରେ ଏହି ସ୍ତରରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏକ ଆକାଂକ୍ଷୀ ଏବଂ ବିକଶିତ ଭାରତ ଗଠନ ଦିଗରେ ପ୍ରୟାସ ସମର୍ପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

୧.୧.୨୦୨୪ରୁ ୫ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ (ଚାଉଳ, ଗହମ ଏବଂ ମିଲେଟ୍ସ / ବାଜରା) ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବ ଏବଂ ଜନସଂଖ୍ୟାର ଗରିବ ଏବଂ ଦୁର୍ବଳ ବର୍ଗର କୌଣସି ଆର୍ଥିକ ଅସୁବିଧାକୁ ହ୍ରାସ କରିବ । ଏହା ଏକ ସାଧାରଣ ଲୋଗୋ ଅଧୀନରେ ୫ ଲକ୍ଷରୁ ଅଧିକ ସୁଲଭ ମୂଲ୍ୟ ଦୋକାନର ନେଟୱାର୍କ ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମାଗଣାରେ ଖାଦ୍ୟଶସ୍ୟ ବିତରଣରେ ଦେଶବ୍ୟାପୀ ଏକସମାନତା ପ୍ରଦାନ କରିବ ।

ଓଏନଓଆରସି-ୱାନ୍ ନେସନ୍ ୱାନ୍ ରାସନ କାର୍ଡ କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀମାନେ ଦେଶର ଯେକୌଣସି ସୁଲଭ ମୂଲ୍ୟ ଦୋକାନରୁ ମାଗଣାରେ ଖାଦ୍ୟଶସ୍ୟ ଉଠାଇପାରିବେ। ଡିଜିଟାଲ ଇଣ୍ଡିଆ ଅଧୀନରେ ପ୍ରଯୁକ୍ତି ଭିତ୍ତିକ ସଂସ୍କାରର ଏକ ଅଂଶ ଭାବରେ ଉଭୟ ଆନ୍ତଃରାଜ୍ୟ ଏବଂ ରାଜ୍ୟ ଭିତରେ ପୋର୍ଟେବିଲିଟିକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ପ୍ରବାସୀମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ମାଗଣା ଖାଦ୍ୟଶସ୍ୟ ବିତରଣ ବ୍ୟବସ୍ଥା ସମଗ୍ର ଦେଶରେ ୱାନ୍ ନେସନ୍ ୱାନ୍ ରାସନ କାର୍ଡ (ଓଏନଓଆରସି) ଅଧୀନରେ ପୋର୍ଟେବିଲିଟିର ସମାନ କାର୍ଯ୍ୟକାରିତା ସୁନିଶ୍ଚିତ କରିବ ଏବଂ ଏହି ପସନ୍ଦ ଭିତ୍ତିକ ପ୍ଲାଟଫର୍ମକୁ ଆହୁରି ସୁଦୃଢ଼ କରିବ ।

ପିଏମଜିକେଏୱାଇ ଅଧୀନରେ ଖାଦ୍ୟଶସ୍ୟ ବଣ୍ଟନ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ଆନୁମାନିକ ଖାଦ୍ୟ ସବସିଡି ବାବଦରେ ୧୧.୮୦ ଲକ୍ଷ କୋଟି ଟଙ୍କା ଆବଶ୍ୟକ ହେବ । ତେଣୁ ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇବା ପାଇଁ ପିଏମଜିକେଏୱାଇ ଅଧୀନରେ ଖାଦ୍ୟ ସବସିଡି ବାବଦରେ କେନ୍ଦ୍ର ସରକାର ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପାଖାପାଖି ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

୨୦୨୪ ଜାନୁଆରୀ ପହିଲାରୁ ପାଞ୍ଚ ବର୍ଷ ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣା ଖାଦ୍ୟଶସ୍ୟ ବ୍ୟବସ୍ଥା ଜାତୀୟ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘକାଳୀନ ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣକୁ ପ୍ରତିଫଳିତ କରେ । ମାଗଣା ଖାଦ୍ୟଶସ୍ୟ ର ବ୍ୟବସ୍ଥା ସମାଜର ପ୍ରଭାବିତ ବର୍ଗର ଯେକୌଣସି ଆର୍ଥିକ ଅସୁବିଧାକୁ ସ୍ଥାୟୀ ଭାବରେ ହ୍ରାସ କରିବ ଏବଂ ହିତାଧିକାରୀମାନଙ୍କୁ ଶୂନ୍ୟ ଖର୍ଚ୍ଚ ସହିତ ଦୀର୍ଘମିଆଦୀ ମୂଲ୍ୟ ନିର୍ଦ୍ଧାରଣ ରଣନୀତି ସୁନିଶ୍ଚିତ କରିବ ଯାହା ସାଧାରଣ ବଣ୍ଟନ ବ୍ୟବସ୍ଥାର ପ୍ରଭାବଶାଳୀ ପ୍ରସାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଉଦାହରଣ ସ୍ୱରୂପ, ଅନ୍ତ୍ୟୋଦୟ ପରିବାର ପାଇଁ ୩୫ କେଜି ଚାଉଳର ଅର୍ଥନୈତିକ ମୂଲ୍ୟ ୧୩୭୧ ଟଙ୍କା ହୋଇଥିବା ବେଳେ ୩୫ କେଜି ଗହମର ମୂଲ୍ୟ ୯୪୬ ଟଙ୍କା ହୋଇଥାଏ, ଯାହା ପିଏମଜିକେଏୱାଇ ଅଧୀନରେ ଭାରତ ସରକାର ବହନ କରୁଛନ୍ତି ଏବଂ ପରିବାରମାନଙ୍କୁ ଖାଦ୍ୟଶସ୍ୟ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି । ତେଣୁ ମାଗଣା ଖାଦ୍ୟଶସ୍ୟ ଯୋଗୁଁ ରାସନ କାର୍ଡଧାରୀଙ୍କ ମାସିକ ସଞ୍ଚୟ ଯଥେଷ୍ଟ ହୋଇପାରିବ।

ପର୍ଯ୍ୟାପ୍ତ ପରିମାଣର ଗୁଣାତ୍ମକ ଖାଦ୍ୟଶସ୍ୟ ଉପଲବ୍ଧ କରାଇବା ସହ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ଦେଶର ଜନସାଧାରଣଙ୍କ ପ୍ରତି ଭାରତ ସରକାରଙ୍କର ଏକ ପ୍ରତିବଦ୍ଧତା ରହିଛି । ସରକାର ନାଗରିକଙ୍କୁ ଏକ ସମ୍ମାନଜନକ ଜୀବନ ଦେବାକୁ ଚାହୁଁଛନ୍ତି । ଏହି ଯୋଜନା ପିଏମଜିକେଏୱାଇ ଅଧୀନରେ ସାମିଲ ୮୧.୩୫ କୋଟି ଲୋକଙ୍କୁ ଭାରତ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ଯୋଗଦାନ କରିବ ।

ହିତାଧିକାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଏବଂ ଧାର୍ଯ୍ୟ ଜନସଂଖ୍ୟା ପାଇଁ ଖାଦ୍ୟଶସ୍ୟର ଉପଲବ୍ଧତା, ସୁଲଭତା ଓ ଯୋଗାଣ ଦୃଷ୍ଟିରୁ ଖାଦ୍ୟ ସୁରକ୍ଷାକୁ ସୁଦୃଢ଼ କରିବା ତଥା ସମସ୍ତ ରାଜ୍ୟରେ ସମାନତା ବଜାୟ ରଖିବା ପାଇଁ ପିଏମଜିକେଏୱାଇ ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ଯୋଗାଣକୁ ୫ ବର୍ଷ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ଏକ ଐତିହାସିକ ନିଷ୍ପତ୍ତି ଯାହା ଦେଶରେ ଖାଦ୍ୟ ଏବଂ ପୋଷଣ ନିରାପତ୍ତାକୁ ସୁଦୃଢ଼ କରିବା ଦିଗରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ପଣ ଏବଂ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆ କେମ୍ ୨୦୨୬ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

October 22, 2026

ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା: କୋଟିଆ ବିବାଦର ସମାଧାନ ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ

October 21, 2026

ରାଜ୍ୟ ପୋଲିସ ମୁଖ୍ୟାଳୟରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ

October 21, 2026

Govinda in Puri: ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡର ପ୍ରଖ୍ୟାତ ଅଭିନେତା ଗୋବିନ୍ଦା, କହିଲେ..

October 21, 2026
Latest News

ଚେକ୍ ବାଉନ୍ସ ମାମଲାରେ ବଡ଼ ରାୟ: ୬ ମାସ ଜେଲ୍ ସହ ୪ ଲକ୍ଷ ଟଙ୍କା ଜରିମାନା

October 22, 2026

ଭିଜିଲାନ୍ସ ଜାଲରେ ବଡ଼ଚଣା R&B AEE: କଟକ-ଭୁବନେଶ୍ୱର ସହ ୭ଟି ସ୍ଥାନରେ ଚଢାଉ

October 22, 2026

ପେଟ୍ରୋଲ-ଡିଜେଲ ଦର ବଢ଼ିବ ନା କମିବ? IOCର ତୈଳ କ୍ରୟ ଯୋଜନାକୁ ନେଇ ବଢ଼ିଲା ଚର୍ଚ୍ଚା

October 22, 2026

ନିର୍ବାଚନ ପୂର୍ବରୁ ଜନତାଙ୍କ ହୁଙ୍କାର! ୟୁରୋପରେ ଶାସକଙ୍କ ପାଇଁ ଅଗ୍ନିପରୀକ୍ଷା

October 22, 2026

SBI Account Safety: ଡାଟା ଲିକ୍‌ ହେଲେ ଆକାଉଣ୍ଟରୁ ଟଙ୍କା ଚୋରି ହୋଇପାରିବ କି?

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.