Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ବିଶ୍ୱ ଏଡ଼ସ ଦିବସ, ସଚେତନତା ହିଁ ଏହାର ନିରାକରଣ
ବିଶେଷ ଖବର

ଆଜି ବିଶ୍ୱ ଏଡ଼ସ ଦିବସ, ସଚେତନତା ହିଁ ଏହାର ନିରାକରଣ

December 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଡା ତ୍ରୈଲୋକ୍ୟନାଥ ମହାରଣା

ପ୍ରତିବର୍ଷ ମାରାତ୍ମକ ଏଡସ ଭୁତାଣୁ ଏଚ ଆଇ ଭି ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି।୧୯୬୦ ମସିହାରେ ଏହି ରୋଗ ପ୍ରକାଶ ପାଇଥିଲା କିନ୍ତୁ ଏହାକୁ ୧୯୮୧ମସିହାରେ ନିରୂପଣ କରାଯାଇଥିଲା।୧୯୮୬ ମସିହା ଜୁନ ମାସ ୧ ତାରିଖରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ ମୁମ୍ବାଇ ର ଯସଲୋକ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

୧୯୮୮ମସିହାରୁ ଲଣ୍ଡନ ଠାରେ ପ୍ରଥମ କରି ଏଡସ ପ୍ରତିରୋଧକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବର୍ଷ ଡିସେମ୍ବର ମାସ ୧ ତାରିଖରେ ବିଶ୍ଵ ଏଡସ ଦିବସ ପାଳନ କରାଯାଇଆସୁଛି। ଏହି ବର୍ଷ ର ବିଷୟରହିଛି ‘ଲେଟ କମ୍ୟୁନିଟି ଲିଡ଼’। ଏହାର ଭୁତାଣୁ ସଂକ୍ରମଣ ଯୋଗୁଁ ଶରୀର ମଧ୍ୟରେ ବିଭିନ୍ନ ଜଟିଳ ସ୍ଥିତି ପ୍ରକାଶ ପାଇଥାଏ। ଯାହାର କାରଣ ରୁ ଶରୀର ମଧ୍ୟରେ ଦୁର୍ବଳତା, ଜ୍ୱର, କାଶ, ଅତିସାର, ଓଜନ ହ୍ରାସ, ସ୍ମରଣ ଶକ୍ତି ହ୍ରାସ,ଶରୀର ର ରୋଗ ପ୍ରତି ଷେଧକ ଶକ୍ତି ହ୍ରାସ,ନିମୋନିଆ, ବେକ ଗ୍ରନ୍ଥରେ ଫୁଲା,ଆଦି ବିଭିନ୍ନ ପ୍ରକାର ଲକ୍ଷଣ ପ୍ରକାଶ ପାଇଥାଏ।

ଏଚ ଆଇ ଭି ବା ଏଡସ ସଂକ୍ରମିତ ବ୍ୟକ୍ତି ସହିତ ଅବାଧ ଯୌନ ସଂକ୍ରମିତ ସମ୍ପର୍କ,ସଂକ୍ରମିତ ରକ୍ତ ଗ୍ରହଣ, ବିଶୋଧିତ ହୋଇନଥିବା ସିରିଞ୍ଜ ଦ୍ବାରା ଏଜେକ୍ସନ ନେବା, ଆଦି କାରଣ ରୁ ଏ ରୋଗ ବ୍ୟାପି ଥାଏ।ସଂକ୍ରମିତ ମା ଠାରୁ ଗର୍ଭରେ ଥିବା ଶିଶୁ କୁ ଏହି ରୋଗ ବ୍ୟାପି ଥାଏ।ରୋଗର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ନିକଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ରେ ପରାମର୍ଶ କରି ଏଲିସା ଟେଷ୍ଟ, ୱେଷ୍ଟର୍ନ ବ୍ଲଡ଼ କିଟ ଟେଷ୍ଟ ଆଦି କରାଇପାରିବେ।

ଏହି ରୋଗରେ ଶିକ୍ଷା, ସଚେତନତା ଓ ସଂଯମତା ହିଁ ଶ୍ରେଷ୍ଠ ପ୍ରତିଷେଧକ ମାର୍ଗ ଓ ଆପଣଂକୁ ସୁରକ୍ଷା ଦେଇପାରିବ। ପ୍ରତିକାର ପାଇଁ ଉତ୍ତମ ମାର୍ଗ ଭାବେ ଯୌନ ସମ୍ପର୍କ ସ୍ଥାପନ ସମୟରେ ନିରୋଧ ବ୍ୟବହାର, ଉପଯୁକ୍ତ ବିଶୋଧନ ସିରିଞ୍ଜ ରେ ଏଜେକ୍ସନ ନେବା, ସେଲୁନରେ ନୂତନ ବ୍ଲେଡ଼ ରେ ଶେଭିଂ ହେବା, ସଂକ୍ରମିତ ମାଆ ଗର୍ଭ ଧାରଣ ନ କରିବା ଆଦି ପ୍ରତି ସଚେତନ ହେବା।

ଦେଶ ଓ ଆମ ରାଜ୍ୟରେ ଯୁବ ପିଢ଼ି ଗୋଟିଏ ସିରିଞ୍ଜ ରେ ନିଶା ବା ଡ୍ରଗ୍ସ ନେବା ଓ ବିଭିନ୍ନ ପାର୍ଟି ରେ ଅବାଧ ଯୌନ ସମ୍ପର୍କ ସ୍ଥାପନ କରିବା କାରଣରୁ ଏଚ ଆଇ ଭି ସଂକ୍ରମଣ ବୃଦ୍ଧି ପାଇଛି। ଉପଯୁକ୍ତ ଖାଦ୍ୟ, ପାନୀୟ, ପରିବେଶ, ବ୍ରହ୍ମ ଚର୍ଯ୍ୟ,ଆୟୁର୍ବେଦ ବର୍ଣିତ ସ୍ଵାସ୍ଥ୍ୟ ରକ୍ଷା ନିୟମ ଅନୁଯାୟୀ ଚାଲିଲେ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ସହିତ କୁ ମାର୍ଗ ପରିତ୍ୟାଗ କଲେ ଆମେ ଏହି ରୋଗ ସହିତ ଲଢ଼େଇ କରିପାରିବା।

(ସମ୍ପାଦକ, ଏଡସ ଏବଂ ଆୟୁର୍ବେଦୀୟ ନିରୂପଣ।(୧୯୯୩ ମସିହାରେ ପ୍ରକାଶିତ ରାଜ୍ୟର ପ୍ରଥମ ଏଡସ ସଚେତନତା, ନିରାକରଣ ଓ ଚିକିତ୍ସା ପୁସ୍ତକ) ଶ୍ରୀ ପୁରୁଷୋତ୍ତମ ଆୟୁର୍ବେଦକ ଚିକିତ୍ସା ମନ୍ଦିର, ବାଲୁଗାଁ, ଜି ଖୋର୍ଦ୍ଧା

ଡା ତ୍ରୈଲୋକ୍ୟନାଥ ମହାରଣା ବିଶ୍ୱ ଏଡ଼ସ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ନବରଙ୍ଗପୁରରେ “ଟ୍ରାଇବାଲ୍ ଫ୍ୟାଶନ୍ ଶୋ” ଆୟୋଜିତ

March 2, 2026

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

୫୪ତମ ରାଜ୍ୟ ପୋଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‌ଯାପିତ

March 1, 2026
Latest News

ନବରଙ୍ଗପୁରରେ “ଟ୍ରାଇବାଲ୍ ଫ୍ୟାଶନ୍ ଶୋ” ଆୟୋଜିତ

March 2, 2026

ଆଜି ମାର୍ଚ୍ଚ ୨ ତାରିଖ ସୋମବାରରେ ମହାଦେବଙ୍କ ଏହି ଛଅଟି ରାଶି ପ୍ରତି ରହିଛି ଆଶୀର୍ବାଦ

March 2, 2026

ଚମକିଲେ ସଞ୍ଜୁ: ୱେଷ୍ଟଇଣ୍ଡିଜକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ଵକପ ସେମିଫାଇନାଲରେ ପହଞ୍ଚିଲା ଭାରତ

March 1, 2026

ଚ଼ିଲିକା ସାହିତ୍ୟ ସମାଜର ବାର୍ଷିକୋତ୍ସବ: ଶତାଧିକ କବିଙ୍କ ସ୍ଵରଚିତ କବିତା ଆବୃତ୍ତି

March 1, 2026

ମଦୁରାଇରେ ୪,୪୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.