Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ: ନୂତନ ମେଡିକାଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ
ଆଜିର ଖବର

ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ: ନୂତନ ମେଡିକାଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

November 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ: ନୂତନ ମେଡିକାଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ
ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ: ନୂତନ ମେଡିକାଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଅର୍ଣ୍ଣବ ବାତ୍ୟା ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟାରେ ବେଲଗୁଣ୍ଠା ବ୍ଲକ୍‌ର ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କାଳିଆମ୍ବା ନାଳରେ ପ୍ରବଳ ବନ୍ୟାଜଳ ଆସି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାୟ ୪ରୁ ୫ ଫୁଟ୍ ଉଚ୍ଚତାରେ ପାଣି ଜମିବା ସହ ବିଭିନ୍ନ ଯନ୍ତ୍ରପାତି ଓ ଆସବାବପତ୍ର ବୁଡ଼ି ରହିଥିଲା। ଜଳସ୍ରୋତର ପ୍ରଖରତା ଯୋଗୁଁ ରୋଗୀଙ୍କ ପାଇଁ ମେଡିକାଲକୁ ଯାତାୟାତ ମଧ୍ୟ ଅସମ୍ଭବ ହୋଇପଡ଼ିଥିଲା।

ଏହି ପରିସ୍ଥିତିରେ ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ପ୍ରଥମେ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହାର ପୁନରୁଦ୍ଧାର ସହ ଆବଶ୍ୟକ ମରାମତି କାର୍ଯ୍ୟ ତୁରନ୍ତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ସ୍ୱାସ୍ଥ୍ୟସେବାର ସ୍ୱାଭାବିକ ପୁନଃସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ପରେ ମନ୍ତ୍ରୀ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପ୍ରତିବର୍ଷ କାଳିଆମ୍ବା ନାଳର ବନ୍ୟାଜଳ ମେଡିକାଲ ପରିସରରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଉଥିବାରୁ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୨୩ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବାକୁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ବର୍ତ୍ତମାନର ସ୍ୱାସ୍ଥ୍ୟକେନ୍ଦ୍ରର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପାଚେରୀ ନିର୍ମାଣ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବେଲଗୁଣ୍ଠା ବ୍ଲକ ରେ ହୋଇଥିବା କ୍ଷୟକ୍ଷତି ସହ ମୁଖ୍ୟତଃ ଗୋବରା ଓ ଇଙ୍ଗିନାଠି ପଞ୍ଚାୟତରେ ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ଏହି ଗସ୍ତ ସମୟରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭବାନୀ ଶଙ୍କର ମିଶ୍ର, ଡିପିଏମ୍ ବୁଲୁ ନାଥ ସାହୁ, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡିଓ ସିଙ୍ଗାପୁରମ ହରି, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସବିତା ବେହେରା ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ସ୍ମୃତିରେଣୁ ଗୌଡ଼ଙ୍କ ସମେତ ଗାଙ୍ଗପୁର ପୋଲିସ ଉପସ୍ଥିତ ଥିଲେ। ଏହି ସମୟରେ ଗୋବରା ଅଞ୍ଚଳ ର ବହୁ ଜନ ପ୍ରତିନିଧି ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।

ଅର୍ଣ୍ଣବ ବାତ୍ୟା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବେଲଗୁଣ୍ଠା ବ୍ଲକ୍
Share. Facebook Twitter LinkedIn Email WhatsApp Copy Link

Related Posts

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତାରୋକ କଲେ ଗ୍ରାମବାସୀ

November 4, 2026

‘ଆପଣ ନିଜର ଯତ୍ନ ନିଅନ୍ତୁ, ଆମକୁ ମାର୍ଗଦର୍ଶନ କରୁଥାନ୍ତୁ’: ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ

November 4, 2026

ଆପଣଙ୍କ ନାମରେ ସାଇବର ଠକେଇ ହେଉଛି କି? ତୁରନ୍ତ ଯାଞ୍ଚ କରନ୍ତୁ ମୋବାଇଲ୍ ନମ୍ବର

November 4, 2026

୭୦ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ: ମୟୂରଭଞ୍ଜରେ ଇଡି ଚଢ଼ାଉ, ଟ୍ରେଡିଂ କମ୍ପାନିର ଓଡ଼ିଶା ମୁଖ୍ୟଙ୍କ ଘରେ ଖୋଳତାଡ଼

November 4, 2026
Latest News

ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟ ଆଗୁଆ: ଟ୍ରମ୍ପଙ୍କ ସାମ୍ନାରେ ୫ ବଡ଼ ବିପଦ

November 4, 2026

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ମୃତଦେହ ରଖି ରାସ୍ତାରୋକ କଲେ ଗ୍ରାମବାସୀ

November 4, 2026

‘ଆପଣ ନିଜର ଯତ୍ନ ନିଅନ୍ତୁ, ଆମକୁ ମାର୍ଗଦର୍ଶନ କରୁଥାନ୍ତୁ’: ଶରଦ ପାୱାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଫୋନ

November 4, 2026

ଗୋବରା ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ: ନୂତନ ମେଡିକାଲ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

November 4, 2026

ଆପଣଙ୍କ ନାମରେ ସାଇବର ଠକେଇ ହେଉଛି କି? ତୁରନ୍ତ ଯାଞ୍ଚ କରନ୍ତୁ ମୋବାଇଲ୍ ନମ୍ବର

November 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.