ଆସନ୍ତା ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଷୋଡ଼ଶ ବିଧାନସଭାର ନବ ନିର୍ବାଚିତ ସଦସ୍ୟଙ୍କୁ ନେଇ ପ୍ରଥମ ଅଧିବେଶନ ବସିବ । ଆସନ୍ତା ୨୮ ତାରିଖ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ଚଳିତ ମୌସୁମୀ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଆରମ୍ଭ ହୋଇ ୩ ଯାଏଁ ଓ ଦ୍ବିତୀୟ ପର୍ଯ୍ୟାୟ ଜୁନ ୧୧ରୁ ଜୁଲାଇ ୮ ତାରିଖ ଯାଏଁ ଅଧିବେସନ ବସିବ । ଜୁନ୍ ୨୫ରେ ରାଜ୍ୟପାଳ ଅଭିଭାଷଣ ରଖିବେ । ୨୭ ତାରିଖରେ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍ ୨୮ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବାର ସୂଚନା ରହିଛି ।
Tags: