ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ ଆଜି କ୍ରମାଗତ ଦ୍ବିତୀୟ ଦିନ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହୋଇଛନ୍ତି । ଏୟାର ବସ୍ ରୁଟ୍ ପ୍ରଦାନ ଦୁର୍ନୀତି ମାମଲାରେ ଇଡି ସମ୍ମୁଖରେ ହାଜର ହୋଇଛନ୍ତି ପଟେଲ । ପଟେଲ ବିମାନ ଚଳାଚଳ ମନ୍ତ୍ରଣାଳୟ ସମ୍ଭାଳୁଥିବା ବେଳେ ଏହି ଦୁର୍ନୀତି ହୋଇଥିଲା । ଗତ ସପ୍ତାହରେ ପଟେଲଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା । ଗତକାଲି 43ଟି ଏୟାରବସ୍କୁ ବିଭିନ୍ନ ଅନ୍ତର୍ଜାତୀୟ ରୁଟ୍ରେ ଭଡାରେ ଲଗାଇ ଦେବା ନେଇ ପ୍ରଶ୍ନ କରାଯାଇଥିବା ବେଳେ ଆଜି ତାଙ୍କୁ ଅନ୍ୟ 111ଟି ଆନ୍ତର୍ଜାତୀୟ ବିମାନ ରୁଟ୍କୁ ନେଇ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ପଟେଲଙ୍କୁ ଏମିରେଟ୍ସ, ଏୟାର ଆରବିଆ ଏବଂ କାତାର ଏୟାର ଲାଇନ୍ସର ଭୂମିକା ନେଇ ପ୍ରଶ୍ନ କରାଯାଇଥିଲା । ଏହି ସମୟରେ ମଧ୍ୟସ୍ଥି ଦୀପକ ତଲଓ୍ବାର ଏହି ତିନି କମ୍ପାନୀକୁ ଲାଇସେନ୍ସ ପ୍ରଦାନ କରିବା ସହିତ 272 କୋଟିର ଉତ୍କୋଚ ନେଇଥିବା ଅଭିଯୋଗ ଆସିଥିଲା ।
Tags: