ଭାରତର ବିଶ୍ବକପ୍‌ ଅଭିଯାନକୁ ଝଟ୍‌କା : ଆହତ ଧଓ୍ବନ୍‌ ତିନି ସପ୍ତାହ ବାଦ୍‌

Published: Jun 11, 2019, 2:42 pm IST

୨୦୧୯ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଫ୍ୟାନ୍‌ଙ୍କ ପାଇଁ ଖରାପ ସମ୍ବାଦ। ଗତ ମ୍ୟାଚ୍‌ର ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଶିଖର ଧଓ୍ବନ୍‌ଙ୍କ ଆଙ୍ଗୁଠି ଭାଙ୍ଗିଥିବା ନେଇ ସୂଚନା ଦେଇଛି ବିସିସିଆଇ। ଗତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଶିଖରଙ୍କ ବାମ ହାତର ବୁଢା ଆଙ୍ଗୁଠିରେ ଆଘାତ ଲାଗିଥିଲା। ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ୧୧୭ ରନ୍‌ ସଂଗ୍ରହ କରିଥିଲେ ଶିଖର ଧଓ୍ବନ୍‌। ଏହି ଆଘାତ ଯୋଗୁଁ ଧଓ୍ବନ୍‌ ଭାରତର ଆସନ୍ତା ୫ ମ୍ୟାଚ୍‌ ଖେଳି ପାରିବେ ନାହିଁ। ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ, ଓ୍ବେଷ୍ଟଇଣ୍ଡିଜ୍‌ ଏବଂ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହେବେ ଧଓ୍ବନ୍‌। ଧଓ୍ବନ୍‌ଙ୍କ ଆଘାତ ପରେ ବିଜୟ ଶଙ୍କର ଏବଂ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ କେହି ଜଣେ ଚାରି ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ସେହିପରି ଧଓ୍ବନଙ୍କ ବଦଳ ଖେଳାଳିଙ୍କ ନାମ ମଧ୍ୟ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ଶ୍ରେୟସ ଆୟାର କିମ୍ବା ଋଷଭ ପନ୍ତ ବଦଳ ଖେଳାଳି ଭାବରେ ସ୍ଥାନ ପାଇ ପାରନ୍ତି।

Related posts