Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଟିଡିସିରେ ସାମିଲ ହେଲା ୧୦ଟି ନୂଆ ଗାଡି, ପର୍ଯ୍ୟଟକ ପରିବହନରେ ୩ କୋଟି ଟଙ୍କା ଲାଭାଂଶ ଲକ୍ଷ୍ୟ
ବିଶେଷ ଖବର

ଓଟିଡିସିରେ ସାମିଲ ହେଲା ୧୦ଟି ନୂଆ ଗାଡି, ପର୍ଯ୍ୟଟକ ପରିବହନରେ ୩ କୋଟି ଟଙ୍କା ଲାଭାଂଶ ଲକ୍ଷ୍ୟ

December 15, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଟିଡିସିରେ ସାମିଲ ହେଲା ୧୦ଟି ନୂଆ ଗାଡି, ପର୍ଯ୍ୟଟକ ପରିବହନରେ ୩ କୋଟି ଟଙ୍କା ଲାଭାଂଶ ଲକ୍ଷ୍ୟ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି। ଏହି ୧୦ଟି ଗାଡ଼ି ମଧ୍ୟରୁ ୪ଟି ଇନୋଭା କ୍ରେଷ୍ଟା, ୪ଟି ସ୍ୱିଫଫ୍‌ ଡିଜାୟାର-ସିଡାନ୍‌ ଏବଂ ୨ଟି ଟେମ୍ପୋ ଟ୍ରାଭେଲର ସାମିଲ ରହିଛି।

ଏଥି ସହ ଦୁଇଟି ଭଲ୍‌ବୋ ବସ୍‌ ଏବଂ ଲକଜରୀ କୋଚ୍‌ ଥିବା ୨ଟି ଅନ୍ୟାନ୍ୟ ଗାଡ଼ି ମଧ୍ୟ ଆଗାମୀ ମାସରେ ସାମିଲ କରାଯିବାର ଯୋଜନା ରହିଛି। ଏଥିରେ ଅତ୍ୟାଧୁନିକ ଓ ପରିବେଶ ଅନୁକୂଳ ସୁବିଧା ଉପଲବ୍ଧ ରହିଛି। ଏହା ଦ୍ୱାରା ନିରନ୍ତର ପର୍ଯ୍ୟଟନ ସୁବିଧା ଉପଲବ୍ଧ ହୋଇପାରିବ ଏବଂ ପର୍ଯ୍ୟଟକମାନେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ବୈଭବକୁ ଉପଭୋଗ କରିପାରିବେ।

ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଚିନ୍‌ ରାମଚନ୍ଦ୍ର ଯାଦବ, ଜେନେରାଲ୍‌ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରାକାଳୀନ ସେବା ଯୋଗାଇଦେବାର ଲକ୍ଷ୍ୟ ରଖି ଓଟିଡିସି ଏହି ନିଷ୍ପତ୍ତି ଗ୍ରହଣ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଟିଡିସିର ପର୍ଯ୍ୟଟନ ପରିବହନ କ୍ଷେତ୍ରରେ ୧.୯୪ କୋଟି ଟଙ୍କା ଲାଭାଂଶ ମିଳିଥିବାବେଳେ ଏହି ନୂତନ ଗାଡ଼ିଗୁଡ଼ିକ ସାମିଲ ହେବା ପରେ ଆସନ୍ତା ଆର୍ଥିକ ବର୍ଷରେ ୩.୧୦ କୋଟି ଟଙ୍କା ଲାଭାଂଶ ବୃଦ୍ଧି ହେବ ବୋଲି ନିଗମ ପକ୍ଷରୁ ଆକଳନ କରାଯାଇଛି।

ଆଜି ନୂତନ କରି ସାମିଲ ହୋଇଥିବା ଗାଡ଼ିକୁ ମିଶାଇ ଓଟିଡିସିର ସମୁଦାୟ ଗାଡ଼ି ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି କରାଯାଇ ପର୍ଯ୍ୟଟକମାନଙ୍କୁ ଆନୁଷଙ୍ଗିକ ଉନ୍ନତ ସେବା ପ୍ରଦାନ କରାଯିବ ବୋଲି ଓଟିଡିସି ଅଧ୍ୟକ୍ଷ ଡ. ମହାନ୍ତି ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ତଥା ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍‌କ ଦିଗ୍‌ଦର୍ଶନରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି।

ରାଜ୍ୟରେ ପର୍ଯ୍ୟଟକମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ଜାତୀୟ ଓ ଆନ୍ତର୍ଜାତିକ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ହୋଇଥିବାରୁ ୫-‘ଟି’ ଉପକ୍ରମକୁ ଆଧାର କରି ଉନ୍ନତ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ସୁବିଧା ଓ ସୁରକ୍ଷା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ଡ. ମହାନ୍ତି ସୂଚନା ଦେଇଛନ୍ତି।

otdc ଓଟିଡିସି ଡଃ ଲେନିନ ମହାନ୍ତି ଲେନିନ ମହାନ୍ତି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026

ରେଢ଼ାଖୋଲରେ ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

February 14, 2026

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ: ୫ ଟି ସ୍ଥାନରୁ ୮ ମନ୍ଦିରରୁ ସିରିଜ ଲୁଟ

February 14, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୂର୍ବ ତଟ ରେଳପଥରେ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ, ଦେଖନ୍ତୁ ତାଲିକା

February 14, 2026
Latest News

ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡସ୍‌ 2.0 କୁ କ୍ୟାବିନେଟ ଅନୁମୋଦନ

February 14, 2026

‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ’କୁ ପ୍ରଶାସନିକ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

February 14, 2026

ଜିଓ ସମେତ ୧୦ଟି ଦେଶର ୧୫ଟି ପ୍ରମୁଖ ଟେକ୍ କମ୍ପାନୀ ଗଠନ କଲେ “ଟ୍ରଷ୍ଟେଡ୍ ଟେକ୍ ଆଲାଏନ୍ସ”

February 14, 2026

ଅଭିଷେକ ଶର୍ମା ଖେଳିବେ କି?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ଦେଲେ ସ୍ପଷ୍ଟ ଉତ୍ତର

February 14, 2026

ପ୍ରସିଦ୍ଧ ଶୈବପୀଠ ଶ୍ରୀଦକ୍ଷେଶ୍ଵରଦେବ ମନ୍ଦିରରେ ଜାଗର ଯାତ୍ରା: ଜାଣନ୍ତୁ କେବେ ଉଠିବ ମହାଦୀପ?

February 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.