ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରର ଆତଙ୍କ ଦେଖା ଦେଇଛି। ଏହି ରୋଗରେ ବିଗତ ୪୮ ଘଣ୍ଟା ମଧ୍ୟରେ ୩୬ ଜର ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ୧୩୩ ଜଣ ଶିଶୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମାତ୍ର ୯୦ ପ୍ରତିଶତ ଶିଶୁଙ୍କ ମୃତ୍ୟୁ ରକ୍ତରେ ଶର୍କରାର ପରିମାଣ ହ୍ରାସ ଯୋଗୁଁ ହେଉଛି ବୋଲି ଶ୍ରୀ କ୍ରିଷ୍ଣା ମେଡିକାଲ କଲେଜ୍ର ଡାକ୍ତର ଏସ୍ କେ ସାହି କହିଛନ୍ତି। ବିଭିନ୍ନ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ କେବଳ ଶିଶୁ ଭର୍ତ୍ତି ହୋଇଛନ୍ତି। ଗ୍ରୀଷ୍ମ ଋତୁରେ ଏହି ରୋଗ ପ୍ରତିବର୍ଷ ବିହାରରେ ବ୍ୟାପୁଥିବା ବେଳେ ଏନେଇ ସଚେତନତା ଅଭିଯାନ ସଠିକ୍ ଭାବରେ କରାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ଚଳିତ ବର୍ଷ ଏହି ସଂଖ୍ୟା ପୁନର୍ବାର ବୃଦ୍ଧି ପାଇଛି ବୋଲି ନୀତିଶ କୁମାର କହିଛନ୍ତି। ବର୍ତ୍ତମାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମୁଜାଫରପୁର ଗସ୍ତ କରାଯାଇ ସ୍ଥିତି ସମୀକ୍ଷା ଚାଲିଛି।
Tags: