ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକମାତ୍ର ଭାରତୀୟ ତଥା କ୍ରିକେଟର ଭାବରେ ଫୋବର୍ସର ସର୍ବାଧିକ ଆୟକାରୀ କ୍ରିକେଟର ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସୋମବାର ଫୋବର୍ସ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ବିରାଟ କୋହଲି ୧୦୦ ତମ ସ୍ଥାନରେ ରହିଛନ୍ତି। ବାର୍ଷିକ ୨୫ ମିଲିୟନ୍ ଡଲାର ବୟ ସହିତ ଏହି ତାଲିକାର ୧୦୦ ତମ ସ୍ଥାନରେ ରହିଛନ୍ତି କୋହଲି। ବିଜ୍ଞାପନରୁ କୋହଲିଙ୍କ ଆୟ ୨୧ ମିଲିୟନ ଡଲାର ରହିଥିବା ବେଳେ ବାର୍ଷିକ ବେତନ ୪ ମିଲିୟନ୍ ଡଲାର ରହିଛି। ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସି ୧୨୭ ମିଲିୟନ୍ ଡଲାର ସହିତ ପ୍ରଥମ ସ୍ଥାନରେ ରହିଛନ୍ତି। ଅବସରପ୍ରାପ୍ତ ବକ୍ସର ଫ୍ଲଏଡ୍ ମେଓ୍ବେଦରଙ୍କୁ ହଟାଇ ମେସି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ପର୍ତ୍ତୁଗାଲ ଷ୍ଟ୍ରାଇକର୍ କ୍ରିଷ୍ଟିଆନୋ ରୋନାଲ୍ଡୋ ୧୦୯ ମିଲିୟନ୍ ଡଲାର ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ବ୍ରାଜିଲ୍ ଫରଓ୍ବାର୍ଡ ନେମ୍ୟାର ୧୦୫ ମିଲୟନ୍ ଡଲାର ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଏହା ସହିତ ଏକମାତ୍ର ମହିଳା ଖେଳାଳି ଭାବରେ ସେରେନା ଓ୍ବିଲିୟମ୍ସ ୨୯.୨ ମିଲିୟନ୍ ଡଲାର ସହିତ ୬୩ ତମ ସ୍ଥାନରେ ରହିଛନ୍ତି।