ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବାୟୁ’ ଜୁନ୍ ୧୩ ତାରିଖ ସକାଳେ ପୋରବନ୍ଦର – ମହୁବା ଦେଇ ଅତିକ୍ରମ କରିବ । ଏହି ବାୟୁର ପବନର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିମି ରହିବ ବୋଲି ଜଣାପଡିଛି । ଗୁଜୁରାଟ ମୁହାଁ ହୋଇଥିବା ଏହି ‘ବାୟୁ’ ଘୂର୍ଣ୍ଣିଝଡ଼ ପାଇଁ ଗୁଜୁରାଟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ଆଜି ଓଡ଼ିଶାର ପରାମର୍ଶ ଲୋଡିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସହ ଗୁଜୁରାଟ ପ୍ରଶାସନ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରାଯାଇଥିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ଚନ୍ଦ୍ର ପାଢୀ ସୂଚନା ଦେଇଛନ୍ତି ।
Tags: