ଲୋକସଭାର ଉପ-ବାଚସ୍ପତି ପାଦ ପାଇଁ ଏବେବି ଚାଲିଛି ସଂଶୟ। ଏହି ପଦବୀ ପାଇଁ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାମ ଶୁଣିବାକୁ ମିଳୁଥିବାବେଳେ ଏହି କ୍ରମରେ ସାମିଲ୍ ହୋଇଛନ୍ତି ଆଉ ଏକ ନାମ। ସୂଚନା ଅନୁସାରେ ଏହି ପଦବୀ ପାଇଁ ବିଜେପି ଆନ୍ଧ୍ରପ୍ରଦେଶର ଓ୍ବାଇଏସ୍ଆର୍ କଂଗ୍ରେସକୁ ଅଫର୍ ଦେଇଥିବାର ସୂଚନା ରହିଛି। ବିଜେପି ସାଂସଦ ଜିଭିଏଲ୍ ନରସିହ୍ମାରାଓ ଦଳର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କୁ ଭେଟି ଆଲୋଚନା କରିଛନ୍ତି। ମାତ୍ର ଜଗନମାହନ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି। ସେ ବିଚାର ବିମର୍ଷ ପାଇଁ ଅଧିକ ସମୟ ମାଗିଛନ୍ତି। ପୂର୍ବରୁ ବିଜେଡିର ଭର୍ତ୍ତୃହରି ମହାତାବଙ୍କୁ ଉପ ବାଚସ୍ପତି ପଦ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଶିବସେନା ଏହାକୁ ବିରୋଧ କରିଥିଲା। ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢ଼ି ଥିବାରୁ ତାଙ୍କୁ ଏହି ପଦ ଦେବା ଉଚିତ ନୁହେଁ ବୋଲି ଶିବସେନା କହିଥିଲା। ତେବେ ଏଥିରୁ ବେଶ୍ ସ୍ପଷ୍ଟ ଯେ ବିଜେପି ଏବେ ଆଞ୍ଚଳିକ ଦଳ ଉପରେ ବେଶ୍ ପ୍ରଭାବ ପକାଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଜେପି ବିଜେଡ଼ି ସହିତ ବେଶ୍ ନରମ ଆଭିମୁଖ୍ୟ ରଖୁଥିବାବେଳେ ଓ୍ବାଇଏସ୍ଆର୍ କଂଗ୍ରେସକୁ ଉପ-ବାଚସ୍ପତି ପଦବୀ ଦେଇ କିଛି ଅଲଗା ରାଜନୈତିକ ପରିସ୍ଥିତି ସୃଷ୍ଟି କରିବା ଚକ୍କରରେ ରହିଛି।