ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଆଜମ୍‌ ଖାନ୍‌

Published: Jun 12, 2019, 12:47 pm IST

ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆଜମ ଖାନ୍‌ ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ଓ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ନେଇ ବୟାନ ଦେଇଛନ୍ତି। ମଦ୍ରସାକୁ ଶିକ୍ଷାର ମୁଖ୍ୟଧାରାରେ ସାମିଲ୍‌ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ଉପରେ ହୋଇଥିବା ପ୍ରଶ୍ନର ଉତ୍ତରରେ ଆଜମ୍‌ ନିଜର ମତାମତ ରଖିଛନ୍ତି। ସେ କହିଛନ୍ତି ମଦ୍ରାସା ନାଥୁରାମ ଗଡସେ ବା ପ୍ରଜ୍ଞା ଠାକୁର୍‌ଙ୍କ ପରି ବ୍ୟକ୍ତିତ୍ବଙ୍କୁ ପରିପୃଷ୍ଠ କରାଏ ନାହିଁ। ମାଦ୍ରାସା ଧାର୍ମିକ ଶିକ୍ଷା ଦିଏ, ଏହା ସହିତ ଇଂରାଜୀ, ହିନ୍ଦୀ, ଗଣିତ ମଧ୍ୟ ପଢାଯାଏ। ଯଦି ମଦ୍ରାସାକୁ ସାହାଯ୍ୟ କରିବାକୁ ସରକାର ଚାହୁଁଛନ୍ତି, ତେବେ ମଦ୍ରାସା ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବା ଦରକାର। ଆସବାବ ପତ୍ର ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବା ଉଚିତ୍‌ ବୋଲି କହିଛନ୍ତି। ମଦ୍ରାସାକୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ୍‌ କରିବାକୁ ନେଇ ଅନେକ ମୁସଲିମ୍‌ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।

Related posts