ଆଇଏସ୍‌ ଲିଙ୍କ ସନ୍ଦେହ : କୋଏମ୍ବାଟୋରର ୭ ସ୍ଥାନରେ ଏନ୍‌ଆଇଏର ଚଢାଉ

Published: Jun 12, 2019, 1:09 pm IST

ସନ୍ଦେହରେ ତାମିଲନାଡୁର କୋଏମ୍ବାଟୋରର ୭ଟି ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀଲଙ୍କାରେ ଘଟିଥିବା ଇଷ୍ଟର ବୋମା ବିସ୍ଫୋରଣ ସହିତ ଏହି ଚଢାଉର ସମ୍ପର୍କ ରହିଥିବା ଜଣାପଡିଛି। ବୁଧବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଏକକାଳୀନ ସହରର ୭ ସ୍ଥାନରେ ଚଢାଉ କରାଯାଇଥିଲା। ବୁଧବାର ସକାଳ ୬ଟାରୁ ଏନ୍‌ଆଇଏ ସଦସ୍ୟ ମାନେ ଏକକାଳୀନ ସହରର ପୋଦାନୁର, ଉକ୍କଦମ, କୁନିଆମୁଥୁର ଏବଂ କୁରୁମ୍ବୁକଡାଇର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ସ୍ଥାନରେ ସ୍ଥାନୀୟ ପୋଲିସ୍‌କୁ ନିୟୋଜନ କରାଯାଇଛି।

Related posts