ଆନ୍ଧ୍ରପ୍ରଦେଶର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ

Published: Jun 12, 2019, 1:24 pm IST

ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ବିଭାଜିତ ଆନ୍ଧ୍ରପ୍ରଦେଶର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ବିଧାନସଭା ଅଧିବେଶନ ଚଳାଇଛନ୍ତି। କାମଚଳା ବାଚସ୍ପତି ସମ୍ବାଙ୍ଗୀ ଅପ୍ପାଲା ନାଇଡୁ ୧୧.୦୫ରେ ଗୃହର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଶପଥ ଗ୍ରହଣ କରାଇଥିଲେ। ପ୍ରଥମେ ଜଗନ ଶପଥ ଗ୍ରହଣ କରିବା ପରେ ଉପ ମୁଖ୍ୟମନ୍ତ୍ରୀ ଆଜମଥ ବାଶା ଶପଥ ଗ୍ରହଣ କରିଥିଲେ। ଏହାପରେ ସମସ୍ତ ବିଧାୟକ ମାନଙ୍କୁ ଶପଥ ଗ୍ରହଣ କରାଇଥିଲେ ଅପ୍ପାଲା ନାଇଡୁ। ଶପଥ ଗ୍ରହଣ ପରେ ଚନ୍ଦ୍ରବାବୁ ନାଇଡୁ ଏବଂ ଜଗନ ମୋହନ ରେଡ୍ଡୀ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ। ଗୁରୁବାର ଦିନ ବାଚସ୍ପତି ଏବଂ ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ୧୪ ତାରିଖ ଦିନ ରାଜ୍ୟପାଳ ଇ ଏସ୍‌ ଏଲ୍‌ ନରସିଂହନ୍‌ ଗୃହକୁ ସମ୍ବୋଧିତ କରିବେ। ପ୍ରଥମ ଥର ପାଇଁ ଏହି ଅଧିବେଶନ ଭେଲାଗାପୁଡିରେ ନିର୍ମିତ ଅସ୍ଥାୟୀ ବିଧାନ ସୌଧରେ ଅନୁଷ୍ଠିତ ହୋଇଥିଲା।

Related posts