ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଲିଠାରୁ ଦୁଇଦିନିଆ ଗସ୍ତରେ କିର୍ଗିଜ୍ସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସସିଓ ସମିତିରେ ଭାଗ ନେବା ପାଇଁ ବିଶ୍କେକ୍ ଯାତ୍ରା କରିବେ କିନ୍ତୁ ସେ ପାକିସ୍ତାନର ବାୟୁ ସୀମା ବ୍ୟବହାର କରିବେ ନାହିଁ ବୋଲି ସୂଚନା ମିଳିଛି। ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ମୋଦୀଙ୍କ ବିମାନ ପାକିସ୍ତାନର ବାୟୁ କ୍ଷେତ୍ର ଦେଇ ନଯାଇ ଇରାନ ଏବଂ ମଧ୍ୟ ଏସିଆ ଦେଶ ଦେଇ କିର୍ଗିଜସ୍ତାନର ରାଜଧାନୀ ବିଶ୍ଶେକ୍ ଯାତ୍ରା କରିବ। ତେବେ ପାକିସ୍ତାନ ବାୟୁସୀମା ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଉଡାଣ କରିବା ନେଇ ଅନୁମତି ମିଳିନାହିଁ। ବାଲାକୋଟରେ ଫେବୃଆରୀ ୨୬ରେ ଜୈଶ-ଏ-ମହମ୍ମଦର ଆତଙ୍କୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ପାକିସ୍ତାନ ନିଜର ବାୟୁକ୍ଷେତ୍ର ସମ୍ପୁର୍ଣ୍ଣ ରୂପରେ ବନ୍ଦ କରିଦେଇଛି।
Tags: