ନେପାଳରେ ପ୍ରାଣ ହରାଇଥିବା ଦୁଇ ଓଡିଆ ପର୍ଯ୍ୟଟକଙ୍କ ମୃତଦେହ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ ଏସ. ଜୟଶଙ୍କରଙ୍କୁ ମୃତ୍ୟୁବରଣ କରିଥିବା ବିଜୟ ଜେନା, ଚରଣ ବିଶ୍ୱାଳଙ୍କ ମୃତଦେହ ଫେରାଇ ଆଣିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି। ଗତ ୧୦ ତାରିଖରେ ନେପାଳରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ହୋଇଥିଲା । ଏହି ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରେ ୨ଜଣ ଭାରତୀୟ ମୃତ୍ୟୁବରଣ କରିଥିବା ବେଳେ ୨୧ ଜଣ ଆହତ ହୋଇଥିଲେ ।
Tags: