ଆଜି ଭୁବନେଶ୍ୱରରେ ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ଶ୍ରୀମନ୍ଦିର ମରାମତି ଏବଂ ଘୋଷଯାତ୍ରାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ ବୋଲି ବୈଠକ ଶେଷରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଜୁଲାଇ ୫ ଓ ୬ରେ ଏଏସଆଇ ଟିମ ଗର୍ଭଗୃହ ଅନୁଧ୍ୟାନ କରିବେ। ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ମରାମତି ସାରିବାକୁ ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ତାରିଖରେ ଜୟବିଜୟ ମୂର୍ତ୍ତି ସଂସ୍ଥାପନ କରାଯିବ।
Tags: