ମି ଠୁ ଆନ୍ଦୋଳନ : ନାନା ପାଟେକରଙ୍କ ବିରୋଧରେ ମୁମ୍ବାଇ ପୋଲିସ୍‌କୁ ପ୍ରମାଣ ମିଳୁନି

Published: Jun 13, 2019, 4:48 pm IST

ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କ ବିରୋଧରେ ରହିଥିବା ମି ଠୁ ମାମଲାରେ ମୁମ୍ବାଇ ପୋଲିସ୍‌ ନିକଟରେ କୌଣସି ପ୍ରମାଣ ନାହିଁ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କୋର୍ଟକୁ ପ୍ରଦାନ କରିଥିବା ନିଜ ରିପୋର୍ଟରେ ନାନାଙ୍କ ବିରୋଧରେ ପ୍ରମାଣ ନଥିବା ଉଲ୍ଲେଖ କରିଛି ମୁମ୍ବାଇ ପୋଲିସ୍‌ କମିଶନର ପରମଜିତ୍‌ ସିଂ। ତେଣୁ ନାନାଙ୍କ ବିରୋଧରେ ମାମଲା ଦାୟର କରାଯାଇ ପାରିବ ନାହିଁ ବୋଲି ମୁମ୍ବାଇ ପୋଲିସ୍‌ କହିଛି। ମିଠୁ ମାମଲାରେ ତନୁଶ୍ରୀ ଦତ୍ତ ନାନାଙ୍କ ବିରୋଧରେ ବିଗତ ବର୍ଷ ଅସଦାଚରଣ କରାଯାଇଥିବା ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୦୮ରେ ହର୍ଣ୍ଣ ଓକେ ପ୍ଲିଜ୍‌ ର ସୁଟିଂ ସମୟରେ ନାନା ଅସଦାଚରଣ କରିଥିବାର ଅଭିଯୋଗ ଆଣିଥିଲେ ତନୁଶ୍ରୀ।

Related posts