Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶେଷ ହେବ ଇଣ୍ଡି ମେଣ୍ଟର ଆଶା!, ମାୟାବତୀଙ୍କୁ ନେଇ ଏହି ଦାବି କ’ଣ କହିଲେ ଏଆଇଏମଆଇଏମ୍ ନେତା
ବିଶେଷ ଖବର

ଶେଷ ହେବ ଇଣ୍ଡି ମେଣ୍ଟର ଆଶା!, ମାୟାବତୀଙ୍କୁ ନେଇ ଏହି ଦାବି କ’ଣ କହିଲେ ଏଆଇଏମଆଇଏମ୍ ନେତା

January 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶରେ ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଇଣ୍ଡିଆନ୍ ନ୍ୟାସନାଲ ଡେଭଲପିଂ ଇନକ୍ଲୁସିଭ୍ ଆଲାଏନ୍ସ ଅର୍ଥାତ୍ ଇଣ୍ଡି ମେଣ୍ଟ ବ୍ୟାନରରେ ଏସପି, ଆରଏଲଡି, ଅପନା ଦଳ କାମେରୱାଡି ଏବଂ କଂଗ୍ରେସ ଏକାଠି ଥିବାବେଳେ ବିଜେପି ସହ ଏସବିଏସପି, ନିଶାଦ ପାର୍ଟି ଏବଂ ଅପନା ଦଳ ଏସ ମିଳିତଭାବେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବ୍ୟାନରରେ ଅଛନ୍ତି।

ତେବେ ବିଏସପି ଉଭୟ ମେଣ୍ଟରୁ ନିଜକୁ ଦୂରେଇ ରଖିଛି। ସେପଟେ ବହୁଜନ ସମାଜ ପାର୍ଟି ଓ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନଙ୍କ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଭିତରେ ଏଆଇଏମଆଇଏମ ନେତା ଅସୀମ ୱାକର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ତାଙ୍କୁ (ମାୟାବତୀଙ୍କୁ) ସମ୍ମାନ ଦେଉଛୁ ଏବଂ ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର କରାଯାଏ, ତେବେ ଆମେ (ମୁସଲମାନ) ତାଙ୍କୁ ସମର୍ଥନ କରିବୁ।

ମାୟାବତୀ ଜଣେ ଭଲ ପ୍ରଶାସକ

ମେଣ୍ଟ ପ୍ରସଙ୍ଗରେ ୱାକର କହିଛନ୍ତି ଯେ ବିରୋଧୀ ଦଳରେ ଥିବା କାହାକୁ ମେଣ୍ଟର ଚେହେରା କରାଯିବ । ମମତା (ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ନିଜର ମତାମତ ଦେଇଛନ୍ତି। ମୁଁ ମୋର ମତାମତ ଦେଉଛି। ଆମେ ୟୁପିରେ କାହା ସହ ମେଣ୍ଟ କଥା କହୁନାହୁଁ। ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରାଯିବା ଉଚିତ ବୋଲି ମୁସଲମାନମାନେ ମତ ରଖିଛନ୍ତି। ସେ ଜଣେ ଦଳିତ ଏବଂ ଜଣେ ଭଲ ପ୍ରଶାସକ।

ଯଦି ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ଚେହେରାଭାବେ ଉପସ୍ଥାପନ କରାଯାଏ, ତେବେ ବିଜେପିର ପାଦ ଥରିଯିବ ବୋଲି ସେ କହିଛନ୍ତି। ଯଦି ତାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରାଯାଏ, ତେବେ ମାୟାବତୀଙ୍କ ଜାତିର ୧୫ ପ୍ରତିଶତ ଏବଂ ମୁସଲମାନଙ୍କର ୨୦ ପ୍ରତିଶତ-ମୋଟ ୩୫ ପ୍ରତିଶତରୁ ଭୋଟ ଗଣତି ଆରମ୍ଭ ହେବ।

ଇଣ୍ଡି ମେଣ୍ଟ ଉତ୍ତରପ୍ରଦେଶ ଏନଡିଏ ବହୁଜନ ସମାଜ ପାର୍ଟି ମାୟାବତୀ ଲୋକସଭା ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ୩୮ ନବ ଦମ୍ପତିଙ୍କୁ ଆଶୀର୍ବାଦ କଲେ ଉପମୁଖ୍ୟମନ୍ତ୍ରୀ

May 13, 2026

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ ନିଷ୍ପତି, କାରକେଡ୍ ଗାଡି ସଂଖ୍ୟା କଲେ ହ୍ରାସ

May 13, 2026

୨୦୨୬-୨୭ ଖରିଫ୍ ବିପଣନ ଋତୁ ପାଇଁ ୧୪ଟି ଫସଲର ଏମଏସପି ବୃଦ୍ଧିକୁ କ୍ୟାବିନେଟ୍‌ ମଞ୍ଜୁରି

May 13, 2026

କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପରଲୋକ, ନବୀନଙ୍କ ଶୋକ ପ୍ରକାଶ

May 13, 2026
Latest News

ଭାରତ ଇନୋଭେଟସର ‘ଇଣ୍ଡଷ୍ଟ୍ରି ଲିଡର୍ସ ରାଉଣ୍ଡଟେବୁଲ’ରେ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତା

May 14, 2026

ପିପିପି ମୋଡରେ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦର ଉନ୍ନତିକରଣକୁ କ୍ୟାବିନେଟ୍ ମଞ୍ଜୁରୀ

May 14, 2026

ଆଜି ମଇ ୧୪ ତାରିଖ ବୁଧବାରରେ ଏହି ଛଅଟି ରାଶି ପାଇଁ ରହିଛି ଶୁଭ ଖବର

May 14, 2026

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.