Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଂଖ୍ୟାଲଘୁ ପରିଚୟ ମାମଲା: ରାଜ୍ୟଗୁଡ଼ିକୁ ଜବାବ ଦେବାକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ
ଆଜିର ଖବର

ସଂଖ୍ୟାଲଘୁ ପରିଚୟ ମାମଲା: ରାଜ୍ୟଗୁଡ଼ିକୁ ଜବାବ ଦେବାକୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

January 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୁପ୍ରିମକୋର୍ଟ
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସଂଖ୍ୟା ୩୩ ରୁ ୩୭ କୁ ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍‍ର ଅନୁମୋଦନ

ନୂଆଦିଲ୍ଲୀ: ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଚିହ୍ନଟ ସଂକ୍ରାନ୍ତ ଆବେଦନର ଶୁଣାଣିବେଳେ ସୁପ୍ରିମକୋର୍ଟ ରାଜ୍ୟଗୁଡ଼ିକୁ ଜବାବ ଦାଖଲ ପାଇଁ ଶେଷ ସୁଯୋଗ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, କେତେକ ରାଜ୍ୟ ଏ ପର୍ଯ୍ୟନ୍ତ ଏହି ମାମଲାରେ ଜବାବ ଦାଖଲ କରିନାହାଁନ୍ତି। ଏହାକୁ ନେଇ ଅଦାଲତ ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟମାନଙ୍କୁ ଶେଷ ସୁଯୋଗ ଦେଇଛନ୍ତି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ ସଂଖ୍ୟାଲଘୁ ଶବ୍ଦକୁ ସଂଜ୍ଞା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଏବଂ ଜିଲ୍ଲା ସ୍ତରରେ ସଂଖ୍ୟାଲଘୁ ଚିହ୍ନଟ ପାଇଁ ଗାଇଡଲାଇନ ଜାରି କରାଯାଉ। ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା। ଏହି ସମୟରେ ଜଷ୍ଟିସ୍ ଖାନ୍ନା କହିଛନ୍ତି ଯେ ତଥ୍ୟ ଉପସ୍ଥାପନ କରିବା ପାଇଁ ରାଜ୍ୟମାନଙ୍କୁ ଶେଷ ସୁଯୋଗ ଦିଆଯାଇଛି, ଯଦି ଏହା କରାନଯାଏ ତେବେ ଆମେ ଜରିମାନା ଆଦାୟ କରିବୁ।

ସୁପ୍ରିମକୋର୍ଟରେ ରାଜ୍ୟସ୍ତରରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଚିହ୍ନଟ ସଂକ୍ରାନ୍ତ ମାମଲାର ଶୁଣାଣିବେଳେ ୩ମାସ ମଧ୍ୟରେ କେନ୍ଦ୍ର ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଥିଲେ ଯେ ଯେଉଁ ରାଜ୍ୟରେ ହିନ୍ଦୁ, ଜୈନ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ସଂଖ୍ୟା କମ୍ ରହିଛି, ସେହି ରାଜ୍ୟଗୁଡ଼ିକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯିବ କି ନାହିଁ ତାହା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିଷ୍ପତ୍ତି ନେବେ। କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିଜର ନୂଆ ସତ୍ୟପାଠରେ କହିଥିଲେ ଯେ ସଂଖ୍ୟାଲଘୁଙ୍କୁ ସୂଚିତ କରିବାର ଅଧିକାର କେନ୍ଦ୍ରର ରହିଛି।

କ’ଣ ରହିଛି ଦେବକିନନ୍ଦନ ଠାକୁରଙ୍କ ଆବେଦନ?

ଜାତୀୟ ସଂଖ୍ୟାଲଘୁ ଆୟୋଗ (ଏନ୍‍ସିଏମ୍) ଆଇନର ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ନୂଆ ପିଟିସନ୍ ଦାଖଲ କରାଯାଇଛି। ଜିଲ୍ଲାସ୍ତରରେ ସଂଖ୍ୟାଲଘୁଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଦାବି କରାଯାଇଛି। ମଥୁରା ବାସିନ୍ଦା ଦେବକିନନ୍ଦନ ଠାକୁରଙ୍କ ଦ୍ୱାରା ଦାୟର ପିଟିସନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କରେ ସରକାର ୧୯୯୩ ମସିହା ଅକ୍ଟୋବର ୨୩ ତାରିଖରେ ଜାରି କରିଥିବା ବିଜ୍ଞପ୍ତିକୁ ମନମୁଖୀ ଓ ଅଯୌକ୍ତିକ ଏବଂ ସମ୍ବିଧାନର ଧାରା ୧୪, ୧୫, ୨୧, ୨୯ ଓ ୩୧ ବିରୋଧରେ ବୋଲି ଦର୍ଶାଯାଇଛି।

ପୂର୍ବରୁ ଆଡଭୋକେଟ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ କ’ଣ?

ଆବେଦନରେ କୁହାଯାଇଛି ଯେ ଦେଶର ୯ଟି ରାଜ୍ୟରେ ହିନ୍ଦୁମାନେ ସଂଖ୍ୟାଲଘୁ କିନ୍ତୁ ସେମାନେ ସଂଖ୍ୟାଲଘୁ ଯୋଜନାର ଲାଭ ଉଠାଇ ପାରୁନାହାନ୍ତି। ଉପାଧ୍ୟାୟ ୧୯୯୨ ସଂଖ୍ୟାଲଘୁ ଆୟୋଗ ଆଇନ ଏବଂ ୨୦୦୪ର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ସମ୍ବିଧାନର ଧାରା ୧୪ ସମସ୍ତଙ୍କୁ ସମାନ ଅଧିକାର ଦେଇଛି, ଧାରା ୧୫ ଭେଦଭାବକୁ ନିଷେଧ କରିଛି। ଯଦି ଏହି ଆଇନକୁ ବଜାୟ ରଖାଯାଏ ତେବେ ଯେଉଁ ୯ଟି ରାଜ୍ୟରେ ହିନ୍ଦୁ ସଂଖ୍ୟାଲଘୁ ଅଛନ୍ତି ସେମାନଙ୍କୁ ରାଜ୍ୟଭିତ୍ତିକ ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ କରାଯାଉ, ଯାହାଦ୍ୱାରା ସେମାନେ ସଂଖ୍ୟାଲଘୁ ସୁବିଧା ପାଇପାରିବେ ବୋଲି ଆବେଦନରେ ଦାବି କରାଯାଇଛି।

ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.