ବିଶ୍‌କେକ୍‌ଠାରେ ଚୀନ୍‌ ପ୍ରଧାନମନ୍ତ୍ରୀ ଜିନ୍‌ପିଙ୍ଗ୍‌ଙ୍କ ସହ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Jun 13, 2019, 7:26 pm IST
narendra modi in biskek

କର୍ଜିଗ୍‌ସ୍ଥାନର ବିଶ୍‌କେକ୍‌ଠାରେ ହେଉଥିବା ସଂଘାଇ ସହଯୋଗ ସଂଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି ।ଏହି ବୈଠକରେ ନରେନ୍ଦ୍ର ମୋଦି ଗୁରୁବାର ଦିନ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି।ଏହି ଆଲୋଚନା କାଳରେ ଦୁଇ ଦେଶ ମଧ୍ୟରେ ରହିଥିବା ବହୁ ଗୁରୁତ୍ବପୂର୍ଣ୍ଣ ସମସ୍ୟା ତଥା ବିଷୟକୁ ନେଇ ଆଲୋଚନା କରାଯାଇଛି। ଏହା ସହିତ ଭାରତ ଓ ଚୀନ୍‌ ମଧ୍ୟରେ ପାକିସ୍ତାନ ବିଷୟକୁ ନେଇ ଆଲୋଚନା ହୋଇଥିବା ବୈଦେଶିକ ସଚିବ ବିଜୟ ଗୋଖଲ୍‌ ସୂଚନା ଦେଇଛନ୍ତି । ଏହି ଅବସରରେ ମୋଦି ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନ ସହ କଥାବାର୍ତ୍ତା କରିବାର ଠିକ୍‌ ସମୟ ହୋଇନାହିଁ ବୋଲି କହିଛନ୍ତି। ପାକିସ୍ତାନ ପାଖରେ ଉଠାଯାଇଥିବା ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଶେଷ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ।  ବିଶେଷକରି ଆତଙ୍କବାଦ ଉପରେ ପାକିସ୍ତାନର ଫଳଶୂନ୍ୟ କାର୍ଯ୍ୟାନୁଷ୍ଠାନ।  ସେହିପରି ମସୁଦ୍‌ ଅଜହରଙ୍କ ଆତଙ୍କବାଦୀ ଉପରେ ଅନ୍ତରାଷ୍ଟ୍ରୀୟ ପ୍ରତିବନ୍ଧ ଲଗାଯିବା ପରେ ମଧ୍ୟ ପାକିସ୍ତାନରେ ସେ ମୁକ୍ତ ବିଚରଣ କରୁଛି। ଏଭଳି ପରିସ୍ଥିତିରେ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନା ଅର୍ଥହୀନ ବୋଲି କହିଛନ୍ତି । ତେବେ ଆଜି ରାତ୍ରିଭୋଜନରେ ଭାରତ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ହୋଇପାରେ। ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାର ପାଇଁ ଚୀନ୍‌ ବିଶେଷ ଭୂମିକା ଗ୍ରହଣ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଏହା ହେଉଛି ପ୍ରଥମ ବହୁପକ୍ଷୀୟ ବୈଠକ । ଭାରତ ୨୦୦୫ରୁ ଏସସିଓ ରେ ପର୍ଯ୍ୟେବକ୍ଷକ ରହିବା ସହିତ ସମୂହ ମନ୍ତ୍ରୀ ସ୍ତରୀୟ ବୈଠକରେ ଭାଗ ନେଉଛି। ଭାରତ ଓ ପାକିସ୍ତାନକୁ ୨୦୧୭ ମସିହାରେ ଏଏସିଓକୁ ସ୍ଥାୟୀ ସଦସ୍ୟତା ପ୍ରଦାନ କରାଯାଇଥିଲା। ୨୦୦୧ ମସିହାରେ ଏସସିଓର ସ୍ଥାପନା କରାଯାଇଥିଲା ।

Related posts