ଶହୀଦ୍‌ ପରିବାରକୁ ଏକ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଦେବାକୁ ଘୋଷଣା କଲେ କମଲନାଥ

Published: Jun 13, 2019, 7:45 pm IST
MP Govt announces Rs 1 cr for martyr's family

ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଆତଙ୍କବାଦୀ ଆକ୍ରମଣରେ ବୁଧବାର ଦିନ ଶହୀଦ୍‌ ହୋଇଥିବା ମଧ୍ୟପ୍ରଦେଶର  ଦେବାସ୍‌ ଜିଲ୍ଲାର ଯବାନ୍‌ ସନ୍ଦୀପ ଯାଦବଙ୍କ ପରିବାରକୁ କମଲନାଥ ସରକାରଙ୍କ ତରଫରୁ ଏକ କୋଟି ଟଙ୍କା ଆର୍ଥିକ ସାହାଯ୍ୟ ସହିତ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ସହିତ ଆବାସ ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମଧ୍ୟପ୍ରଦେଶ ଜନସମ୍ପର୍କ ବିଭାଗ ତରଫରୁ ପ୍ରକାଶିତ ବିଜ୍ଞପ୍ତିରେ ଏହା ଘୋଷଣା କରାଯାଇଛି। ବୁଧବାର ଦିନ ହୋଇଥି ଆତଙ୍କୀ ଆକ୍ରମଣରେ ସିଆରପିଏଫ୍‌ର ୫ ଜଣ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ଏହି ଆକ୍ରମଣେ ଜଣେ ଆତଙ୍କୀ ମଧ୍ୟ ନିହତ ହୋଇଛି।

Related posts