ପୁଲଓ୍ବାମାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍କାଉଣ୍ଟର ସଙ୍ଗଠିତ ହୋଇଛି। ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ଏକ ସର୍ଚ୍ଚ ଅପରେସନ ସମୟରେ ଏହି ଏନକାଉଣ୍ଟର ଘଟିଥିଲା। ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ୍ ଏବଂ ଏସ୍ଓଜି ଯବାନ ମାନେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ବର୍ଦ୍ଦାବଦନାର ଅବନ୍ତୀପୁରା ନିକଟରେ ଏହି ଆକ୍ରମଣ ହୋଇଥିଲା। ଏହା ପରେ ଉଭୟ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ମୁତୟନ କରାଯିବା ସହିତ ପ୍ରତିଶେଧକ ବ୍ୟବସ୍ଥା ସ୍ବରୂପ ପୁଲଓ୍ବାମାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି।
Tags: