କେରଳର ଥିରୁଅନନ୍ତପୁରମ୍ ବିମାନବନ୍ଦରର ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ । ଶନିବାର 15 ଜୁନ୍ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରଖିଛନ୍ତି । ଅଦାନୀ ଗ୍ରୁପ୍କୁ ଆସନ୍ତା 50 ବର୍ଷ ପାଇଁ ବିମାନ ବନ୍ଦର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ବିମାନ ଚଳାଚଳ ବିଭାଗ । ଏହି ନିଷ୍ପତ୍ତିକୁ କେରଳ ବିଧାନସଭାରେ ବିରୋଧ କରାଯିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସହିତ ବିଜୟନ୍ ନିତି ଆୟୋଗ ବୈଠକରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡିଛି ।
Tags: