Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ 5ରେ ଓଡିଶାର 3 ଆସନରେ ହେବ ରାଜ୍ୟସଭା ଉପନିର୍ବାଚନ, ଅନୁଭବଙ୍କ ସମୟ ଏକ ବର୍ଷରୁ କମ ଥିବାରୁ ଏବେ ହେବନି ନିର୍ବାଚନ
ଆଜିର ଖବର

ଜୁଲାଇ 5ରେ ଓଡିଶାର 3 ଆସନରେ ହେବ ରାଜ୍ୟସଭା ଉପନିର୍ବାଚନ, ଅନୁଭବଙ୍କ ସମୟ ଏକ ବର୍ଷରୁ କମ ଥିବାରୁ ଏବେ ହେବନି ନିର୍ବାଚନ

June 15, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rajya Sabha bye_election date announce
Rajya Sabha bye_election date announce

ଆସନ୍ତା ଜୁଲାଇ 5 ତାରିଖରେ ଓଡିଶାର 3ଟି ଆସନ ପାଇଁ ହେବ ରାଜ୍ୟସଭା ଉପନିର୍ବାଚନ। ଏହି ତିନି ଆସନରୁ ପ୍ରତାପ ଦେବ ଓ ସୌମ୍ୟରଂଜନ ପଟ୍ଟନାୟକ ବିଧାୟକଏବଂ ଅଚ୍ୟୁତ ସାମନ୍ତ ସାଂସଦ ହେବା ପରେ ଇସ୍ତଫା ଦେଇଥିଲେ। ସେହିପରି ଅନୁଭବ ମହାନ୍ତି ସାଂସଦ ହେବା ପରେ ସେ ମଧ୍ୟ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ତାଙ୍କର ସମୟ ସୀମା ଶେଷ ହେବାକୁ ଆଉ ମାତ୍ର 9 ମାସ ଥିବାରୁ ସେହି ଆସନରେ ନିର୍ବାଚନ ହେବ ନାହିଁ। ନିୟମ ଅନୁସାରେ ଯେଉଁ ଆସନରେ ଏକ ବର୍ଷରୁ କମ ସମୟ ଥିବା ସେଠାରେ ଆଉ ଉପ ନିର୍ବାଚନ ହେବ ନାହିଁ। ପ୍ରତାପ ଦେବଙ୍କ କାର୍ଯ୍ୟକାଳ 2022 ରେ ଶେଷ ହେଉଥିବା ବେଳେ, ଅଚ୍ୟୁତ ଓ ସୌମ୍ୟରଂଜନଙ୍କ 2024ରେ ଶେଷ ହେଉଥିଲା। ହେଲେ ଅନୁଭବଙ୍କ 2020 ରେ ଶେଷ ହେଉଛି। ବର୍ତ୍ତମାନ ଏକାଥରେ ତିନି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ହେଉଥିବାରୁ ସଂଖ୍ୟା ଅନୁସାରେ ବିଜେଡି ଏସବୁ ଆସନରେ ଜିତିବା ନିଶ୍ଚିତ ହୋଇଯାଇଛି। ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ 18 ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ 25 ତାରିଖରେ ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ରଖାଯାଇଛି। ସେହିପରି 26 ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ପ୍ରାର୍ଥୀ ପ୍ରତ୍ୟାହର ଶେଷ ତାରିଖ ରଖାଯାଇଛି ଜୁନ 28 ତାରିଖ। ଜୁଲାଇ 5 ତାରିଖରେ ଭୋଟ ଗ୍ରହଣ ସକାଳ 9ଟାରୁ ଆରମ୍ଭ ହୋଇ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିବ। ସେହିଦିନ 5 ଟା ବେଳେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ଓଡିଶାର ତିନୋଟି ଆସନ ସହିତ ସେହିଦିନ ବିହାରରେ ଗୋଟିଏ ଏବଂ ଗୁଜରାଟର ଦୁଇଟି ଆସନରେ ମଧ୍ୟ ଉପନିର୍ବାଚନ ହେବ। ବିହାରରୁ ରବିଶଙ୍କର ପ୍ରସାଦ ଲୋକସଭାରେ ଜିତିବା ପରେ ସେହି ଆସନ ଖାଲି ପଡିଛି। ସେହିପରି ଗୁଜୁରାଟରୁ ସ୍ମତି ଇରାଣି ଏବଂ ଅମିତ ସାହା ଲୋକସଭାକୁ ନିର୍ବାଚିତ ହୋଇଥିବାରୁ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

November 7, 2025

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2025
Jindal Ads
BJP Ads
Latest News

ଦୋହାରେ ଭାରତର ପ୍ରଗତି ଉପରେ ଆଲୋକପାତ କଲେ ଡକ୍ଟର ମନସୁଖ ମାଣ୍ଡଭିୟ

November 7, 2025

ଆଇଏଫଏଫଆଇ ଗୋଆ ୨୦୨୫ ୱେଭସ୍ ବଜାରରେ ଯୋଗଦେବାକୁ ଷ୍ଟାର୍ଟଅପ୍ ମାନଙ୍କୁ ଆମନ୍ତ୍ରଣ

November 7, 2025

ଐତିହାସିକ ବାଲିଯାତ୍ରା ପରିସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ପ୍ରଦର୍ଶନୀ ଉଦଘାଟିତ

November 7, 2025

ଆଇସିସି ମହିଳା ବିଶ୍ୱକପ ୨୦୨୫ ଚାମ୍ପିଅନ୍ ଦଳ ସହିତ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

November 7, 2025

ଆଜି ସାତୋଟି ରାଶିର ଭାଗ୍ୟ ଚମକିବ, ଯାହା ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.