Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଶ୍ଚିମବଙ୍ଗରେ ସାମ୍ବାଦିକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଉଛନ୍ତି ମମତା ବାନାର୍ଜୀ: ଅନୁରାଗ ଠାକୁର
ଆଜିର ଖବର

ପଶ୍ଚିମବଙ୍ଗରେ ସାମ୍ବାଦିକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଉଛନ୍ତି ମମତା ବାନାର୍ଜୀ: ଅନୁରାଗ ଠାକୁର

February 20, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସୋମବାର ଦିନ ସନ୍ଦେଶଖାଲିରେ ହିଂସା ସମ୍ପର୍କରେ ଖବର କରୁଥିବା ଜଣେ ଟେଲିଭିଜନ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଥିଲା, ଯାହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରକୁ ନିନ୍ଦା କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, “ମହିଳାଙ୍କ ସହ ଅସଦାଚରଣ କରୁଥିବା ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପଶ୍ଚିମବଙ୍ଗ ସରକାର ଗଣମାଧ୍ୟମକୁ ବନ୍ଦ କରି ଗଣମାଧ୍ୟମର ସ୍ୱାଧୀନତା ଉଆରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ଟେଲିଭିଜନ ଚ୍ୟାନେଲ ‘ରିପବ୍ଲିକ୍ ବଙ୍ଗଳା’ର ଜଣେ ସମ୍ବାଦଦାତା ସନ୍ଦେଶଖାଲିରେ ଘଟିଥିବା ଘଟଣା ସମ୍ପର୍କରେ ଖବର ଦେଉଥିବା ବେଳେ ତାଙ୍କୁ ବଙ୍ଗଳା ପୋଲିସ ଉଠାଇ ନେଇଥିଲା। ଶ୍ରୀ ଠାକୁର କହିଛନ୍ତି ଯେ, ସନ୍ଦେଶଖାଲିରେ ମହିଳାଙ୍କ ଅବସ୍ଥାକୁ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସିତ ରାଜ୍ୟ ଆଖି ବୁଜି ଦେଇଛି। ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଉତ୍ତେଜନା ଦେଖାଦେଇଛି ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ତୃଣମୁଲ କଂଗ୍ରେସ ନେତା ଶାହାଜାହାନ ଶେଖ ଏବଂ ତାଙ୍କ ସମର୍ଥକଙ୍କୁ ଜମି ଦଖଲ ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି।

ଏହି ସମୟରେ ବଙ୍ଗଳା ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜନୈତିକ ଦଳ ତଥା ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି ହୋଇ ସନ୍ଦେଶଖାଲିରେ ଏକ ‘ଶାନ୍ତି ଯାତ୍ରା’ ନେଇ ପୀଡିତ ମହିଳାଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, “ମୁଁ ଆଇନ ପାଳନ କରୁଥିବା ନାଗରିକ, ବିଭିନ୍ନ ସଂସ୍ଥାର ନେତା ତଥା ସମସ୍ତ ରାଜନୈତିକ ଦଳଙ୍କୁ ସନ୍ଦେଶଖାଲିର ‘ଶାନ୍ତି ଯାତ୍ରା’ରେ ଏକଜୁଟ ହେବାକୁ ନିବେଦନ କରୁଛି। ଯେଉଁ ରାସ୍ତାରେ ଅବିଶ୍ୱାସ, ସନ୍ଦେହ ଏବଂ ଅରାଜକତା ଦେଖାଯାଉଛି ସେହି ରାସ୍ତାରେ ଯାଆନ୍ତୁ। ଏବଂ ସେମାନଙ୍କ ସହ ଛିଡା ହୁଅନ୍ତୁ।”

anurag thakur mamata banarjee sandeshakhali westbengal
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026
Latest News

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.