ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ ଭିନ୍ନ ପଦକ୍ଷେପ ଆପଣାଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ କରିଦେଇଛନ୍ତି । ଜିଲ୍ଲାଧିକାରୀ ଅଭିଷେକ ସିଂହ ରବିବାର ଦିନ ଜାରି କରିଥିବା ଏହି ଆଦେଶରେ କହିଛନ୍ତି ଲୁର ପ୍ରକୋପ ପୂର୍ବାହ୍ନ ୧୧ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବେଶ୍ ପରିଲକ୍ଷିତ ହେଉଛି । ଏହି ସମୟରେ ଦଣ୍ଡ ପ୍ରକ୍ରିୟା ସଂହିତା ଧାରା ୧୪୪ ଜାରି କରିବା ଦ୍ବାରା ଲୋକମାନେ ବାହାରକୁ ବାହାରିବେ ନାହିଁ । ଏହା ଦ୍ବାରା ଜିଲ୍ଲାରେ ହେଉଥିବା ନିର୍ମାଣ କାର୍ଯ୍ୟ ଦିନ ୧୧ଟାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିଛି । ଏହା ସହିତ ଶ୍ରମିକ ତଥା ଏହି ସମ୍ବନ୍ଧିତ କର୍ମୀମାନେ ମଧ୍ୟ ଲୁ ପ୍ରକୋପରୁ ବର୍ତ୍ତିପାରିବେ । ଏହା ସହିତ ମନରେଗା ଯୋଜନାରେ କରାଯାଉଥିବା କାର୍ଯ୍ୟ ପାଇଁ ୧୦.୩୦ ପର୍ଯ୍ୟନ୍ତ ସମୟ ନିର୍ଘଣ୍ଟ କରାଯାଇଛି । ସେହିପରି ସାଂସ୍କୃତିକ ତଥା ଜନସମାଗମ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ଭିତରେ କୌଣସି ଖୋଲା ସ୍ଥାନରେ କରାଯିବା ନ ନେଇ ଆଦେଶ ରହିଛି । ସେହିପରି ସହରୀ କ୍ଷେତ୍ରରେ ରହିଥିବା ଦୋକାନଗୁଡ଼ିକ ସକାଳ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବା ଓ ଅପରାହ୍ନ ୪ଟାର ପୁଣି ଥରେ ଖୋଲା ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଲୁ’ର ପ୍ରବଳ ପ୍ରକୋପ ସମୟରେ ସାଧାରଣ ଜନତାଙ୍କୁ ରକ୍ଷା କରିବା ନିମେନ୍ତ ଜିଲ୍ଲାଧିକାରୀ ଏକ ଅନନ୍ୟ ପଦେକ୍ଷପ ଗ୍ରହଣ ପୂର୍ବ ଧାରା ୧୪୪ ଜାରି କରିଛନ୍ତି । ଅସହ୍ୟ ଗ୍ରୀଷ୍ମ ଲହରୀ ପାଇଁ ବିହାରର ସମସ୍ତ ସ୍କୁଲକୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ଘାେଷଣା କରାଯାଇଛି ।
ଲୁ’ରୁ ସାଧାରଣ ଜନତାଙ୍କୁ ରକ୍ଷା ପାଇଁ ଜିଲ୍ଲାଧିକାରୀଙ୍କ ଅନନ୍ୟ ପଦକ୍ଷେପ
Published:
Jun 17, 2019, 3:30 pm IST
Tags: