ରାଜ୍ୟରେ ସାଇବର ମାମଲା ଉଦବେଗଜନକ ଭାବରେ ବୃଦ୍ଧି ପାଇଛି । ୨୦୧୩ରେ ୧୨୦ଟି ମାମଲା ରୁଜୁ ହୋଇ ଥିବା ବେଳେ ୨୦୧୮ରେ ୮୬୮କୁ ବୃଦ୍ଧି ପାଇଥିଲା । ମାମଲା ଯେଉଁ ପରିମାଣରେ ବଢୁଛି ସେହି ପରିମାଣରେ ସାଇବର ଥାନା ନାହିଁ । ଏଥିପାଇଁ ରାଜ୍ୟରେ ଆଉ ୩ଟି ସାଇବର ଥାନା ପ୍ରତିଷ୍ଠା ହେବ । ଭୁବନେଶ୍ୱର, ବାଲେଶ୍ୱର ଓ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବ । ସାଇବର ଥାନା ବଢିବା ସହ ତଦନ୍ତ ଅଧିକାରୀ ମଧ୍ୟ ବୃଦ୍ଧି କରାଯିବ । ଖୁବ୍ଶୀଘ୍ର ଗୋଟିଏ ପୂର୍ଣ୍ଣାଙ୍ଗ ତଦନ୍ତକାରୀ ଟିମ୍ ଗଠନ କରାଯିବ ବୋଲି ତିନ ଦିନିଆ ସାଇବର ଅଧିକାରୀ ତାଲିମ କାର୍ଯ୍ୟକ୍ରମରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି ।
Tags: