ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନର ସପ୍ତାହକ ପରେ ପରେ ମମତା ସରକାର ନରମିଛନ୍ତି । ମମତା ବାନାର୍ଜୀ ୨୮ ଜଣିଆ ଡାକ୍ତରୀ ଛାତ୍ର ଉପସ୍ଥିତ ରହିଛନ୍ତି । ଡାକ୍ତରଙ୍କ ସହ ମିଡିଆ ସାମ୍ନାରେ ଆଲୋଚନା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସହମତି ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ରବିବାର ଡାକ୍ତରମାନେ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ସହମତି ପ୍ରକାଶ କରିଥିଲେ, ମାତ୍ର ସେମାନଙ୍କର କହିବା କଥା ଆଲୋଚନା ବନ୍ଦ କୋଠରୀରେ ହେବ ନାହିଁ ବରଂ ମିଡିଆ କ୍ୟାମେରା ସାମ୍ନାରେ ହେବ। ଏହି ମିଟିଂରେ ପଶ୍ଚିମବଙ୍ଗର ପ୍ରତ୍ୟେକ ମେଡିକାଲ କଲେଜରୁ ୨ ଜଣ ପ୍ରତିନିଧି ସାମିଲ ହେବେ। ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ଶନିବାର ରାତିଠୁ ଡାକ୍ତରଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ ଜାରି ରଖିଥିଲେ। ମାତ୍ର ଡାକ୍ତରଙ୍କ ମମତା ନିଜେ ଏନଆରଏସ ମେଡିକାଲ କଲେଜ୍ ଆସି ଆହତ ଡାକ୍ତରଙ୍କୁ ଦେଖିବା ସହିତ ସେମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିବାକୁ ଦାବି କରିଥିଲେ, ଯାହାକୁ ମମତା ସରକାର ମାନି ନେଇଛନ୍ତି । ମମତା ଡାକ୍ତରଙ୍କ ସହିତ ବାର୍ତ୍ତାଳାପ ଜାରି ରଖିବା ସହିତ ମିଡ଼ିଆକୁ ଦୂରେଇ ରଖିଛନ୍ତି । ଡାକ୍ତରଙ୍କ ଆକ୍ରମଣକୁ ଦୃଢ ନିନ୍ଦା କରିବା ସହିତ ଏହି ସମସ୍ୟାର ସମାଧାନ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ମମତା । ସେହିପରି ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମମତା କହିଛନ୍ତି ।