Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଜି ୧୫୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ ବିଜେପି: ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଏହି ଆସନରୁ ଟିକେଟ
ଜାତୀୟ ଖବର

ଆଜି ୧୫୫ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିପାରେ ବିଜେପି: ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ଏହି ଆସନରୁ ଟିକେଟ

March 1, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପି
ୟୁପି ନିର୍ବାଚନରେ ସମସ୍ୟା ବଢ଼ାଇବେ କି ପୂର୍ବତନ ବିଜେପି ନେତା?: ​​୫୦ଟି ଆସନରେ ଦେବେ ପ୍ରାର୍ଥୀ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ୨୦୨୪ ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ପାଖାପାଖି ୧୫୫ ଜଣଙ୍କ ନାମ ଚର୍ଚ୍ଚାରେ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରଣାସୀରୁ, ଅମିତ ଶାହଙ୍କୁ ଗାନ୍ଧୀନଗରରୁ, ରାଜନାଥ ସିଂହଙ୍କୁ ଲକ୍ଷ୍ନୌରୁ, ସ୍ମୃତି ଇରାନୀଙ୍କୁ ଆମେଠିରୁ, ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁରରୁ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗ୍ୱାଲିୟର/ଶିବପୁରୀ/ଗୁନାରୁ, ଶିବରାଜ ସିଂହ ଚୌହାନ ଭୋପାଳ/ବିଦିଶାରୁ ଏବଂ ସମ୍ବିତ ପାତ୍ରଙ୍କୁ ପୁରୀରୁ ଟିକେଟ୍ ମିଳିପାରେ।

ଏହାବ୍ୟତୀତ ଭିୱାନୀ ବଲ୍ଲଭଗଡ଼ରୁ ଭୁପେନ୍ଦ୍ର ଯାଦବ, ଡିବ୍ରୁଗଡ଼ରୁ ସର୍ବାନନ୍ଦ ସୋନୋୱାଲ, ରାଜୌରୀ-ଅନନ୍ତନାଗରୁ ରବୀନ୍ଦ୍ର ରାଇନା, କୋଟାରୁ ଓମ୍ ବିର୍ଲା, ଉତ୍ତର-ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ, ପଶ୍ଚିମ ଦିଲ୍ଲୀରୁ ପରବେଶ ବର୍ମା ଏବଂ ଆସନସୋଲରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇପାରେ।

ଗୁରୁବାର (ଫେବ୍ରୁଆରି ୨୯) ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରାତ୍ରି ୧୧ଟାରୁ ୩ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ୧୭ଟି ରାଜ୍ୟର ୧୫୫ଟି ଲୋକସଭା ଆସନ ଉପରେ ବିଚାର ବିମର୍ଶ କରାଯାଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅମିତ ଶାହା, ରାଜନାଥ ସିଂହ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ୟୁପିରେ ସହଯୋଗୀ ଦଳକୁ ୬ ଟି ଆସନ ଏବଂ ଝାଡ଼ଖଣ୍ଡରେ ଏଜେଏସୟୁକୁ ଗୋଟିଏ ଆସନ ଦେବ ବିଜେପି

ନିର୍ବାଚନ କମିଟି ବୈଠକରେ ଏନଡିଏ ସହଯୋଗୀଙ୍କ ସହ ଆସନ ବୁଝାମଣା ଉପରେ ମଧ୍ୟ ଆଲୋଚନା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୮୦ଟି ଲୋକସଭା ଆସନମଧ୍ୟରୁ ବିଜେପି ଅପନା ଦଳ, ଆରଏଲଡି ଓ ଅନ୍ୟାନ୍ୟ ଦଳକୁ ୬ଟି ଆସନ ଦେଇପାରେ। ଏହାବ୍ୟତୀତ ଝାଡ଼ଖଣ୍ଡର ୧୪ଟି ଲୋକସଭା ଆସନ ମଧ୍ୟରୁ ଗୋଟିଏ ଆସନ ଗିରିଡିହ ଆସନକୁ ଏଜେଏସ୍ୟୁ ପାଇଁ ଛାଡ଼ିବ।

ପଞ୍ଜାବ, ଆନ୍ଧ୍ର ଓ ତାମିଲନାଡୁରେ ଏବେ ବି ମେଣ୍ଟ ନେଇ ଆଲୋଚନା ଚାଲିଛି

ବିଜେପିକୁ ୩୭୦ରୁ ଅଧିକ ଏବଂ ଏନଡିଏକୁ ୪୦୦ରୁ ଅଧିକ ଆସନ ପାଇଁ ପ୍ରସ୍ତୁତି ପାଇଁ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଗତକାଲିର ବୈଠକରେ ପୁରୁଣା ସହଯୋଗୀମାନଙ୍କୁ ସାହାଯ୍ୟ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା।

ଏଥିପାଇଁ ପଞ୍ଜାବରେ ପୁରୁଣା ସହଯୋଗୀ ଅକାଳୀ ଦଳ, ଆନ୍ଧ୍ରପ୍ରଦେଶରେ ଟିଡିପି ଓ ଜନସେନା, ତାମିଲନାଡୁରେ ଏଆଇଏଡିଏମକେକୁ ଏନଡିଏକୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା। ଏହି ସବୁ ରାଜ୍ୟର ଆସନ ଏବେ ସ୍ଥଗିତ ରହିଛି। ମେଣ୍ଟ କଥା ଉଠିଲେ ଦଳ ସମାନ ଆଧାରରେ ଆସନ ବିଭାଜନ କରିବ, ନଚେତ୍ ଏକାକୀ ଯିବ।
ଆସାମରେ ରହିଛି ୧୪ ଲୋକସଭା ଆସନ: ବିଜେପି ୧୧ରେ ଲଢ଼ିବ, ସହଯୋଗୀ ଦଳ ୩ଟିରେ ଲଢ଼ିବେ

ଆସାମର ୧୪ଟି ଲୋକସଭା ଆସନ ପାଇଁ ବିଜେପି ତା’ର ସହଯୋଗୀ ଦଳସହ ବୁଝାମଣା କରିଛି। ଆସାମରେ ବିଜେପି ୧୧ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଆସାମ ଗଣ ପରିଷଦ (ଏଜିପି) ୨ଟି ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ୍) ଗୋଟିଏ ଆସନରେ ପ୍ରାର୍ଥୀ ଦେବ। ଏଜିପି ବାରପେଟା ଏବଂ ଧୁବ୍ରୀ, ୟୁପିପିଏଲ କୋକ୍ରାଝରରୁ ପ୍ରାର୍ଥୀ ଦେବେ।

ସମ୍ଭାବନା – ୨୦୧୯ ତୁଳନାରେ ୩୩% ଅଧିକ ମହିଳା ପ୍ରାର୍ଥୀ

ଏଥର ଲୋକସଭା ନିର୍ବାଚନରେ ସର୍ବାଧିକ ସଂଖ୍ୟକ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ପ୍ରସ୍ତୁତି ଚଳାଇଛି। ବୁଧବାର (ଫେବ୍ରୁଆରି ୨୮) ଦଳର କୋର୍ ଗ୍ରୁପ୍ ବୈଠକରେ ମଧ୍ୟ ଏହା ଉପରେ ସହମତି ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ସ୍ମୃତି ଇରାନୀଙ୍କ ସମେତ ରେକର୍ଡ ସଂଖ୍ୟକ ମହିଳାଙ୍କୁ କେଉଁଠି ପ୍ରାର୍ଥୀ କରାଯିବ ସେ ନେଇ ଆଲୋଚନା ହୋଇଥିଲା।

ଗତଥର ତୁଳନାରେ ଏଥର ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୩୩ ପ୍ରତିଶତ ଅଧିକ ହେବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି। ୨୦୧୯ରେ ୫୩ ଜଣ ମହିଳା ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ୩୩% ଅଧିକ ହାରରେ ୭୦ ଜଣ ମହିଳା ଟିକେଟ ପାଇପାରିବେ। ଏହା ପୂର୍ବରୁ କୋର ଗ୍ରୁପ୍ ବୈଠକରେ ୨୩ଟି ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ରଖାଯାଇଥିଲା। ନୂଆ ଚେହେରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା।

ମାର୍ଚ୍ଚ ୧୦ ସୁଦ୍ଧା ୫୦% ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯୋଜନା

ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ ସୁଦ୍ଧା ବିଜେପି ୫୦ ପ୍ରତିଶତ ଲୋକସଭା ଆସନର ନାମ ଘୋଷଣା କରିପାରେ। ୨୦୧୯ ନିର୍ବାଚନରେ ମଧ୍ୟ ଦଳ ସମାନ କାମ କରିଥିଲା। ଗତଥର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର କିଛି ସପ୍ତାହ ପୂର୍ବରୁ ମାର୍ଚ୍ଚ ୨୧ତାରିଖରେ ବିଜେପି ୧୬୪ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା।

BJP dharmendra pradhan lokasabha election narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ନୋଏଡ଼ାରେ ଗୋଟିଏ ଘରୁ ୫ ଜଣଙ୍କ ମୃତଦେହ ଜବତ

October 18, 2026

ରାଶିଫଳ: ପାଞ୍ଚୋଟି ରାଶି ପାଇଁ ଅକ୍ଟୋବର ୧୮ ତାରିଖ ହେଉଛି ଶୁଭ ଦିନ

October 18, 2026

ବର୍ଷାରେ ଧୋଇଗଲା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତିମ ଟି-୨୦: ସିରିଜ୍ ୨-୨ରେ ବରାବର

October 18, 2026

ପୂଜା ପେଣ୍ଡାଲରେ ଦଳଚକଟା: ୧୭ ଜଣଙ୍କ ମୃତ୍ୟୁ

October 17, 2026
Latest News

ବିବାହରେ କାହିଁକି ହୁଏ ଅହେତୁକ ବିଳମ୍ବ? ଜାଣନ୍ତୁ କାରଣ ଏବଂ ସରଳ ପ୍ରତିକାର

October 18, 2026

ଓଡ଼ାପଡ଼ା ତହସିଲଦାର ସସ୍‌ପେଣ୍ଡ

October 18, 2026

ଭୁବନେଶ୍ୱର ବିମାନବନ୍ଦରରେ ୧.୮୦ କୋଟି ଟଙ୍କାର ମାରିଜୁଆନା ଜବତ

October 18, 2026

ଅନଲାଇନ୍ ଟ୍ରେଡିଂ ନାଁରେ ୬୨ ଲକ୍ଷ ଟଙ୍କା ଠକେଇ: ମାଷ୍ଟରମାଇଣ୍ଡ ସମେତ ୩ ଗିରଫ

October 18, 2026

ବାଂଲାଦେଶ କକ୍ସ ବଜାର ରିସର୍ଟରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୬ ଜଣଙ୍କ ସମେତ ୧୦ ମୃତ

October 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.