Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରାର୍ଥୀ ତାଲିକା ଦେଖି ଓଡିଶା ବିଜେପି ନେତାଙ୍କ ହୋସ ଉଡିଲା, ପୁଣି ଆସିଲା ମେଣ୍ଟ ସମ୍ଭାବନା
ଜାତୀୟ ଖବର

ପ୍ରାର୍ଥୀ ତାଲିକା ଦେଖି ଓଡିଶା ବିଜେପି ନେତାଙ୍କ ହୋସ ଉଡିଲା, ପୁଣି ଆସିଲା ମେଣ୍ଟ ସମ୍ଭାବନା

March 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରାର୍ଥୀ ତାଲିକା ଦେଖି ଓଡିଶା ବିଜେପି ନେତାଙ୍କ ହୋସ ଉଡିଲା, ପୁଣି ଆସିଲା ମେଣ୍ଟ ସମ୍ଭାବନା

ଭୁବନେଶ୍ବର: ଆଜି କେନ୍ଦ୍ର ବିଜେପି ଲୋକସଭା ନିର୍ବାଚନ ପାଇଁ 18 ଟି ରାଜ୍ୟର 195 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯେଉଁଥିରେ ଦେଶର ପ୍ରମୁଖ ନେତାଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଦେଶର ପ୍ରମୁଖ ନେତାଙ୍କ ନାମ।

ତେବେ ଏହି ତାଲିକାରେ ଓଡିଶା ରାଜ୍ୟକୁ ଦଳ ବାଦ ଦେଇଛି। ଏଥିରେ କାହା ନାମ ମଧ୍ୟ ଘୋଷଣା କରି ନାହିଁ। ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ ହୋସ ଉଡିଯାଇଛି। କାରଣ ହେଲା ଓଡିଶାରେ କଣ ମେଣ୍ଟ ହେବ ବୋଲି ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ବାଦ ଦେଇଛି କି ? ଏହିପରି ପ୍ରଶ୍ନକୁ ନେଇ ବର୍ତ୍ତମାନ ଓଡିଶା ବିଜେପି ନେତାଙ୍କ ମୁଣ୍ଡବିନ୍ଧା କରିଛି।

ସେତିକି ନୁହେଁ ଆଉ ଏକ ବଡ ଘଟଣାକୁ ନେଇ ଓଡିଶା ବିଜେପିର ହୋସ ଉଡିଯାଇଛି। ତାହା ହେଲା ବର୍ତ୍ତମାନ ବିଜେପି ମୋଟ 18ଟି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତେବେ ଯେଉଁ ରାଜ୍ୟଗୁଡିକର ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ସେଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର ଏବଂ ଓଡିଶା ପ୍ରଭୃତି ରହିଛି। ଏହିସବୁ ରାଜ୍ୟରେ ବିଜେପି ସରକାରରେ ନାହିଁ। ତେଣୁ ଏହି ରାଜ୍ୟ ଗୁଡିକରେ ମେଣ୍ଟ କରିବା ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରି ନାହିଁ ବୋଲି ସ୍ପଷ୍ଟ ହୋଇଛି।

ଏ ସବୁ ରାଜ୍ୟଗୁଡିର ସରକାରରେ ଥିବା ପ୍ରାୟ ସମସ୍ତ ଦଳ ଏନଡିଏରେ ସାମିଲ ଅଛନ୍ତି। ହେଲେ ଓଡିଶା ପରି କେତୋଟି ରାଜ୍ୟ ଏନଡିଏରେ ସାମିଲ ନ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ହେଲେ ରାଷ୍ଟ୍ରୀୟ ବିଜେପି ସେମାନଙ୍କ ସହିତ ଆଲୋଚନା କରି ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ ନିଷ୍ପତି କରିଛି ସ୍ପଷ୍ଟ ହୋଇଛି। ସେଥିପାଇଁ ଏହି ସବୁ ରାଜ୍ୟକୁ ବିଜେପି ବାଦ ଦେଇଛି ବୋଲି ଜଣାପଡିଛି।

Election2024 ନିର୍ବାଚନ ବିଜେପି ପ୍ରାର୍ଥୀ ତାଲିକା ଲୋକସଭାନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ: ଅର୍ଥ ମନ୍ତ୍ରଣାଳୟ

August 9, 2026

ମୁମ୍ବାଇରେ ଏନୟୁସିଏଫଡିସିର ନୂତନ ପରିସର ଲୋକାର୍ପିତ

August 9, 2026

ଅଗଷ୍ଟ ୯ ରାଶିଫଳ: ଏହି ରାଶିର ଲୋକମାନେ ଚାପ ନିଅନ୍ତୁ ନାହିଁ, ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ

August 9, 2026

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026
Latest News

Loan Recovery Rules: ଋଣ ଆଦାୟ ପାଇଁ RBIର ନୂଆ ନିୟମ,ଏଣିକି ରାତିରେ ହେବ ନାହିଁ କଲ

August 9, 2026

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ: ଅର୍ଥ ମନ୍ତ୍ରଣାଳୟ

August 9, 2026

ମୁମ୍ବାଇରେ ଏନୟୁସିଏଫଡିସିର ନୂତନ ପରିସର ଲୋକାର୍ପିତ

August 9, 2026

ଅଗଷ୍ଟ ୯ ରାଶିଫଳ: ଏହି ରାଶିର ଲୋକମାନେ ଚାପ ନିଅନ୍ତୁ ନାହିଁ, ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ

August 9, 2026

ନୋଏଡ଼ା ସ୍ଥିତ ହାୟର କମ୍ପାନୀ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.