ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ଏହି ବୈଠକରେ ଏକକ ନିର୍ବାଚନ ନେଇ ‘ଏକ ଦେଶ, ଏକ ନିର୍ବାଚନ’ ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କ ଏହି ପ୍ରସ୍ତାବକୁ ବିଜେଡି ସମର୍ଥନ କରୁଛି ବୋଲି ନବୀନ ପ୍ରତିକ୍ରିୟା ଦେଇଛନ୍ତି । ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶର ଗତିରୋଧ ହୋଇଥାଏ । ତେଣୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ବୋଲି କହିଛନ୍ତି ନବୀନ । ସେହିପରି ଏହି ବୈଠକରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପରେ ଆଲୋଚନା କରାଯାଇଛି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ସ୍ଥାନିତ କରିବାକୁ ଦାବି, ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା କରିବାକୁ ନବୀନ ପରାମର୍ଶ ଦେବା ସହିତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣକୁ ସମର୍ଥନ ଦେଇଛନ୍ତି ନବୀନ । ଏ ନେଇ ସବୁ ପ୍ରକାର ସହଯୋଗ କରିବାକୁ ନବୀନ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସାମାଜିକ ହିତ ଦୃଷ୍ଟିରୁ ଜମି ଅଧିଗ୍ରହଣ ଆଇନ-୨୦୧୩ର ସଂଶୋଧନ କରାଯିବା ଓ ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶକୁ ପରିପୂରକ କରାଯିବା ସହିତ ଜଙ୍ଗଲ ସଂରକ୍ଷଣ ଆଇନରେ ପରିବର୍ତ୍ତନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ନବୀନ । ସେହିପରି କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ଉଦ୍ୟୋଗକୁ ସମାନ ଗୁରୁତ୍ୱ ଦେବା ସହ ପ୍ରାକୃତିକ ଦୁର୍ବିପାକ ପ୍ରଭାବିତ ରାଜ୍ୟକୁ ଫୋକସ୍ ରାଜ୍ୟର ମାନ୍ୟତା ଦେବାକୁ ନବୀନ ଦାବି କରିଛନ୍ତି ।
ଦେଶରେ ଏକକ ନିର୍ବାଚନ ବ୍ୟବସ୍ଥାକୁ ସମର୍ଥନ ଜଣାଇଲେ ନବୀନ
Published:
Jun 19, 2019, 6:21 pm IST
Tags: