Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୋଡ ଟଣାଟଣି, ଗୋଷ୍ଠୀ ବିବାଦ ଓ ଆଭ୍ୟନ୍ତରୀଣ ଚକ୍ରାନ୍ତରେ ଆକ୍ରାନ୍ତ ଓଡିଶା କଂଗ୍ରେସ- ବିଜେଡି ଓ ବିଜେପି ବିରୋଧରେ ଲଢିବ କେମିତି?
ବିଶେଷ ଖବର

ଗୋଡ ଟଣାଟଣି, ଗୋଷ୍ଠୀ ବିବାଦ ଓ ଆଭ୍ୟନ୍ତରୀଣ ଚକ୍ରାନ୍ତରେ ଆକ୍ରାନ୍ତ ଓଡିଶା କଂଗ୍ରେସ- ବିଜେଡି ଓ ବିଜେପି ବିରୋଧରେ ଲଢିବ କେମିତି?

December 7, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

କଂଗ୍ରେସ ଯଦି ଖଣିଚୋରଙ୍କ ଦ୍ଵାରା ପରିଚାଳିତ ହେବ, ତେବେ ତାର ଭବିଷ୍ୟତ ଯାହା ହେବ ସେକଥା ଶ୍ରୀ ରାହୁଲ ଗାନ୍ଧୀ ବୁଝିବେ- ଏ ବକ୍ତବ୍ୟ କଂଗ୍ରେସର ପ୍ରମୁଖ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କର। କଂଗ୍ରେସ ଇସ୍ତାହାର କମିଟିରୁ ଶ୍ରୀ ଜେନାଙ୍କୁ ଆଜି ବହିଷ୍କାର କରାଯିବା ପରେ ସେ ଖୋଲାଖୋଲି ଓଡିଶାର କଂଗ୍ରେସ ନେତୃତ୍ବକୁ ଖଣିଚୋର ବୋଲି କହିଛନ୍ତି। କଂଗ୍ରେସ ଭିତରେ ଚାଲି ଆସିଥିବା ନିରବଚ୍ଛିନ୍ନ ଅନ୍ତଃକନ୍ଦଳର ଏହା ଏକ ଛୋଟିଆ ଝଲକ ମାତ୍ର। ନିର୍ବାଚନ ପୂର୍ବରୁ ଓଡିଶା କଂଗ୍ରେସ ଭିତରେ ଆହୁରି ଅନେକ ଫାଟ ମେଲୁଛି ଓ ଦଳରୁ ଅନେକ ନେତା ତଥା ବିଧାୟକ ଏବେ ଡିଆଁ ମାରିବା ଲାଗି ସଜବାଜ ହେଉଛନ୍ତି ବୋଲି ଖବର ମିଳୁଛି। ଅନ୍ତତଃ ଚାରି ଜଣ କଂଗ୍ରେସ ବିଧାୟକ କୌଣସି ମୁହୂର୍ତ୍ତରେ ଦଳ ଛାଡି ପାରନ୍ତି ବୋଲି ଏବେ ଚର୍ଚ୍ଚା ଚାଲିଛି। ଏମିତି ପରିସ୍ଥିତିରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଗସ୍ତର କି ପ୍ରଭାବ ପଡିବ, ତାହା ଜଣା ପଡୁନାହିଁ। କଂଗ୍ରେସ ନିଜକୁ ସଂଗଠିତ କରି ବିଜେଡି ର ବିକଳ୍ପ ହୋଇପାରିବ ବୋଲି ଯେଉଁ ଆଶା କିଛି ଦିନ ତଳେ ଦେଖା ଯାଉଥିଲା, ସେ ଆଶା ଏବେ ମଉଳି ଯାଉଛି।

ଅନେକ ସମୟରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓଡିଶାରେ କଂଗ୍ରେସ କି ପ୍ରକାର ଭୂମିକା ନେବ, ସେ ପ୍ରସଙ୍ଗକୁ ନେଇ କିଛି ସ୍ପଷ୍ଟ ରଣନୀତି ନେଇ ଆଗକୁ ବଢିଲା ଭଳି ମନେ ହେଉନାହିଁ। ଯଦିଓ ପ୍ରସାଦ ହରିଚନ୍ଦନଙ୍କ ତୁଳନାରେ ନିରଞ୍ଜନ ବାବୁ ଅଧିକ ସକ୍ରିୟ,ତଥାପି କଂଗ୍ରେସ ସଙ୍ଗଠନକୁ ସଜାଡିବାରେ ସେ ସଫଳ ହୋଇନାହାନ୍ତି। ଦଳ ଭିତରେ ଅନ୍ତର୍ଦ୍ଵନ୍ଦ୍ଵ ଏବେ ଆହୁରି ତୀବ୍ର ହୋଇଛି। ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଇସ୍ତଫା ଦେବା, ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଜେଡି ସହ ଗୋପନ ବୁଝାମଣାରେ ଅଛନ୍ତି ବୋଲି ପ୍ରଚାରିତ ହେବା, ବିଧାନସଭା ଭିତରେ ଦଳୀୟ ବିଧାୟକଙ୍କ ଭିତରେ ମନୋମାଳିନ୍ୟ ସ୍ପଷ୍ଟ ଜଣାପଡିବା ଓ ଅନେକ ସମୟରେ ବିଜେପି ଭାଷାରେ କଥାବାର୍ତ୍ତା କରିବା ଭଳି ପ୍ରସଙ୍ଗ କଂଗ୍ରେସର ଭାବମୂର୍ତ୍ତିକୁ ବିଗାଡି ଚାଲିଛି।

ବିଧାନସଭା ଅଧିବେଶନ ଚାଲିଥିବା ସମୟରେ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓଟିଭି ବିରୋଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିବା ବେଳେ ଯୁବ କଂଗ୍ରେସ ଓ ଟିଭି ସପକ୍ଷରେ ରାସ୍ତାରେ ଆନ୍ଦୋଳନ କରୁଥିଲା। ଏଥିରୁ କଂଗ୍ରେସ ଭିତରେ ସାଙ୍ଗଠନିକ ତାଳମେଳ ଯେ ବିଲକୁଲ ନାହିଁ ସେକଥା ସ୍ପଷ୍ଟ ବାରି ହୋଇପଡୁଥିଲା। ଓ ଟିଭି ର ମାଲିକ ବୈଜୟନ୍ତ ପଣ୍ଡା ଦୀର୍ଘ ବର୍ଷ ଧରି କଂଗ୍ରେସକୁ ଓଡିଶାରେ ନିନ୍ଦିତ କରିଆସିଛନ୍ତି। ନିଜର ବିଭିନ୍ନ ଲେଖାରେ ବୈଜୟନ୍ତ କଂଗ୍ରେସର ତୀବ୍ର ସମାଲୋଚନା କରିବା ସହିତ ବିଜେପି ଓ ସଂଘ ପରିବାରର ସବୁ ନୀତିକୁ ଖୋଲା ସମର୍ଥନ ଦେଇ ଆସିଛନ୍ତି। ସଂଘ ପ୍ରତି ବୈଜୟନ୍ତଙ୍କ ସ୍ପଷ୍ଟ ଦୁର୍ବଳତା ସତ୍ତ୍ୱେ ଓଡିଶା କଂଗ୍ରେସ ଅନେକ ସମୟରେ ବୈଜୟନ୍ତଙ୍କ ସହିତ ନିଜକୁ ସହଯାତ୍ରୀ କରିବାର ନିଷ୍ପତ୍ତି ନେଇଛି। ଏପରିକି କାଳେ ବୈଜୟନ୍ତ କଂଗ୍ରେସକୁ ଆସିଯିବେ ବୋଲି ଭାବି ନିରଞ୍ଜନ ବାବୁ ତାଙ୍କୁ ଗୁଡାଏ ଟେକାଟେକି ମଧ୍ୟ କରିଛନ୍ତି। ଏହା କଂଗ୍ରେସ ମତାଦର୍ଶର ବିରୋଧୀ ବୋଲି ନିରଞ୍ଜନଙ୍କ ଭଳି ଅଭିଜ୍ଞ ନେତା ବୁଝି ନପାରିବା ଦୁର୍ଭାଗ୍ୟଜନକ ବୋଲି ଜେନ ପୁରୁଖା କଂଗ୍ରେସ କର୍ମୀ କହିଛନ୍ତି।

ଆଜି ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟିରୁ ବାଦ ଦେଇ ହୁଏତ ନିରଞ୍ଜନ ଶିବିର ଉତଫୁଲ୍ଲିତ ମନେ କରୁଥାଇ ପାରନ୍ତି। ଶ୍ରୀକାନ୍ତଙ୍କ ଚକ୍ରାନ୍ତରୁ କଂଗ୍ରେସ ନିଜକୁ ମୁକୁଳାଇବା ଏତ ସହଜ ବ୍ୟାପାର ନୁହେଁ। ନିଜ ଖୋଲା ଚିଠିରେ ଶ୍ରୀକାନ୍ତ କଂଗ୍ରେସ ନେତୃତ୍ୱକୁ ଏକପ୍ରକାର ଉଚ୍ଚବର୍ଗଙ୍କ ପ୍ରତିନିଧି ଭାବରେ ଚିତ୍ରଣ କରିଛନ୍ତି। ଜାତିଗତ ରାଜନୀତି ଓ ଦଳିତ-ପଛୁଆ ବର୍ଗ କାର୍ଡ ଖେଳି ଶ୍ରୀକାନ୍ତ, ନିରଞ୍ଜନଙ୍କୁ ଏକପ୍ରକାର ଘାଏଲା କରି ସାରିଛନ୍ତି। ଏବେ କଂଗ୍ରେସ ପାଇଁ ଶ୍ରୀକାନ୍ତ ଘର ଭିତରର ବିଭୀଷଣ। ତାଙ୍କୁ ରଖିଲେ ଯେତିକି ଅସୁବିଧା, ବାହାର କଲେ ତାଠୁ ବେଶୀ ଅସୁବିଧା। ଶ୍ରୀକାନ୍ତଙ୍କୁ କେଉଁ ରଣନୀତିରେ କଂଗ୍ରେସ ନେତୃତ୍ୱ ଆୟତ୍ତ କରୁଛନ୍ତି, ତାରି ଉପରେ କଂଗ୍ରେସ ଭବିଷ୍ୟତ ନିର୍ଭର କରିବ।

ଓଡିଶା କଂଗ୍ରେସର ଆଉ ଏକ ବଡ ସମସ୍ୟା ହେଉଛି, ଗଣମାଧ୍ୟମରେ ଓ ସୋସିଆଲ ମିଡିଆ ରେ ଦଳର ଦୁର୍ବଳ ଉପସ୍ଥିତି। କଂଗ୍ରେସ ସୋସିଆଲ ମିଡିଆର ଜାତୀୟ ମୁଖ୍ୟ ଦିବ୍ୟ ସ୍ପନ୍ଦନା ଗୋଟେ ସମୟରେ ବିଜେପିର ତୀବ୍ର ମୁକାବିଲା କରି କଂଗ୍ରେସକୁ ବେଶ ଭଲ ସ୍ଥିତିକୁ ନେଇ ଆସିଛନ୍ତି। ସେଇ ତୁଳନାରେ ଓଡିଶା କଂଗ୍ରେସର ମିଡିଆ ପ୍ରଭାବ ଅତ୍ୟନ୍ତ କ୍ଷୀଣ। ଦଳ ଭିତରେ ମିଡିଆ ପରିଚାଳନାର କୌଣସି ଠୋସ ନୀତି ଥିବାଭଳି ଲାଗୁନାହିଁ। କେବଳ ପାରମ୍ପରିକ ରୀତିରେ କଂଗ୍ରେସ ନିଜର ଅସ୍ତିତ୍ଵ ବଜାୟ ରଖିଛି ମାତ୍ର। ଏଥିରୁ ମୁକୁଳି କଂଗ୍ରେସ ଯେ ଦମ୍ଭର ସହିତ ୨୦୧୯ ନିର୍ବାଚନ ଲଢିପାରିବ,  ସେ ସମ୍ଭାବନା ଦେଖା ଯାଉନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Latest News

ଆଜି ଜୁଲାଇ ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?, ଜାଣନ୍ତୁ ବିସ୍ତୃତ ଭାଗ୍ୟଫଳ

July 31, 2026

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.