ମହିଳା ସାମ୍ବାଦିକଙ୍କୁ ଅସଦାଚରଣ ମାମଲା : ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଲେ ମହିଳା

Published: Jun 20, 2019, 10:51 am IST

ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଅସଦାଚରଣ ତଥା ଗାଳି ଗୁଲଜ ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ଆଜି ନ୍ୟାୟ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି । ମିଳିଥିବା ଖବର ଅନୁସାରେ, ଗତ କିଛି ଦିନ ତଳେ କଟକର ଜଣେ ମହିଳାଙ୍କୁ ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ଭାଇ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ମହିଳାଜଣଙ୍କ ପୁରୀଘାଟ ଥାନାରେ ମାମଲା ରୁଜୁ କରିଥିଲା । କିନ୍ତୁ ଏଯାଏଁ ଅନୁଭବଙ୍କ ବିରୋଧରେ କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ମହିଳା ଜଣଙ୍କ କହିଥିଲେ । ଏହି ଅଭିଯୋଗ ନେଇ ମହିଳା ଜଣକ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିଥିଲେ । ପୋଲିସ ତାଙ୍କୁ ସେଠାରୁ ଉଠାଇ ନେଇଥିବା ଜଣାପଡିଛି ।

Related posts