ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି – ନବ ଦାସ

Published: Jun 20, 2019, 12:52 pm IST

ରାଜ୍ୟରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଘୋଷଣା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜଧାନୀ ଭୁବନେଶ୍ୱରରେ ଦୁଇ ଦିନିଆ ସିଡିଏମଓ ସମ୍ମିଳନୀ ହେଉଛି। ସମ୍ମିଳନୀର ଦ୍ୱିତୀୟ ଦିନରେ  ଏହି ସମସ୍ତ ଜିଲ୍ଲାର ସିଡିଏମଓ ଓ ସ୍ୱାସ୍ଥ୍ୟବିଭାଗ କର୍ମଚାରୀ ସାମିଲ ହୋଇଛନ୍ତି। ଚୁକ୍ତିଭତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ନେଇ ଏହି ସମ୍ମିଳନୀରେ ନିଷ୍ପତ୍ତି ହୋଇଛି। ଚୁକ୍ତିଭିତ୍ତିକ ଡାକ୍ତରଙ୍କ କାର୍ଯ୍ୟକାଳ ୬୮ ରହିଥିଲା କିନ୍ତୁ ଏହା ବୃଦ୍ଧି କରାଯାଇ ୭୦ କରାଯିବ। ସେହିଭଳି ବିହାରରେ ଆତଙ୍କ ସୃଷ୍ଟି କରିଥିବା ମସ୍ତିଷ୍କ ଜ୍ବର ପରେ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ ବୋଲି କହିବା ସହିତ ରିପୋର୍ଟ ଆସିଲେ ସେନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।

Related posts