Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କର୍ମଚାରୀଙ୍କ ବିରୋଧରେ ବିଜେପି କଲା ଅଭିଯୋଗ, ଜାଣନ୍ତୁ ସେମାନଙ୍କ ନାମ
ଆଜିର ଖବର

ସରକାରୀ କର୍ମଚାରୀଙ୍କ ବିରୋଧରେ ବିଜେପି କଲା ଅଭିଯୋଗ, ଜାଣନ୍ତୁ ସେମାନଙ୍କ ନାମ

March 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସରକାରୀ କର୍ମଚାରୀଙ୍କ ବିରୋଧରେ ବିଜେପି କଲା ଅଭିଯୋଗ, ଜାଣନ୍ତୁ ସେମାନଙ୍କ ନାମ

ଭୁବନେଶ୍ବର: ଆଜି ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧୀ ଦଳ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ବିଜେଡି ତାହାକୁ ଉଲ୍ଲଘଂନ କରୁଛି ବୋଲି କରାଯାଇଛି ଅଭିଯୋଗ। ଏଥିରେ ରାଜ୍ୟ ସରକାର ଏସଏଚଜି ଗ୍ରୁପ ମହିଳାମାନଙ୍କୁ ବିଦେଶ ଭ୍ରମଣରେ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ଏଥିସହିତ କେତେକ ସ୍ଥାନରେ ଅଧିକାରୀମାନେ ତିନି ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ଏ ପର୍ଯ୍ୟନ୍ତ ବଦଳି କରାଯାଇ ନାହିଁ। ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏହା ଉପରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଜେପି ଦାବୀ କରିଛି। ଭଦ୍ରକ, କଟକ ଓ ଗଞ୍ଜାମରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀଙ୍କ ନାମ ସେମାନେ ଲିଖିତ ଆକାରରେ ଦେଇଛନ୍ତି। ସେମାନେ ହେଲେ କଟକ ଜିଲ୍ଲାର ତହସିଲଦାର ମଧୁସୂଦନ ନାୟକ, ତୁଷାର ରଞ୍ଜନ ସେଠୀ, ଓଏଏସ୍ ସ୍ନେହାରତନ ମହାନ୍ତି, ଉପଜିଲ୍ଲାପାଳ ପ୍ରଶାନ୍ତ ରାୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିଚାଳକ ପ୍ରକାଶ ରାଉଳଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀ।

ସେହିପରି ଭଦ୍ରକ ଜିଲ୍ଲାର ପିଇଓ ରାଜେନ୍ଦ୍ର ପ୍ରଧାସ ଦାସ, ନିରଞ୍ଜନ ଶଙ୍ଖୁଆ, ରାଜକିଶୋର ଦାସ, ବବ୍ରୁ ବାହନ ମଲ୍ଲିକ, ପିୟୁସକାନ୍ତି ଦାସ, ସର୍ବେଶ୍ରୀ ପଟ୍ଟନାୟକ, କମଳାକାନ୍ତ କର, ଧୀରେନ୍ଦ୍ର ନାୟକ, ଜେଇ ପ୍ରଭାତ ବେହେରା, ବିଶ୍ୱଜିତ୍ ଦାସ, ଗୋବିନ୍ଦ ସାମଲ, ଜାଡୁ ଟୁଡୁ, ଅମିୟ କୁମାର ପଲେଇ, ବିଏଲଏଫ ସଭାପତି ମାନସୀ ପାଢ଼ୀ, ମିଶନଶକ୍ତିର ବ୍ଲକ ପ୍ରୋଗ୍ରାମ ସଭାପତି ଷ୍ଟାଲିନ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ।

ଗଞ୍ଜାମର ବ୍ଲକ ଏଇ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ବ୍ଲକ ଜେଇ ପ୍ରକାଶ ଚନ୍ଦ୍ର ଜେନା, ନିତ୍ୟାନନ୍ଦ ପାତ୍ର, ସୁନୀତା କୁମାରୀ ଦାସ, ଏସ୍ ଶଙ୍କର ନାରାୟଣ ସୁବୁଧି, ଶରତ କୁମାର ମଲ୍ଲ, ମିନତୀ ନାୟକଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯାଉ ବୋଲି ବିଜେପି ଦାବୀ କରିଛି। ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Election2024 odishaelection2024 ଓଡିଶାନିର୍ବାଚନ2024
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.