ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେବାର ଦୁଇ ଦିନ ପରେ ବିଜେପିର ଦୁଇ ବରିଷ୍ଠ ନେତା ଏଲ୍ କେ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି ଜେପି ନଡ୍ଡା । ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଉଭୟ ନେତାଙ୍କୁ ଭେଟୁଥିବାର ଏକ ଫଟୋ ସେୟାର କରିଛନ୍ତି ନଡ୍ଡା । ଉଭୟ ନେତା ଦଳ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଜେପି ନଡ୍ଡା । ସୂଚନାଯୋଗ୍ୟ ଯେ, ସୋମବାର ଜେପି ନଡ୍ଡାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ ଦାୟିତ୍ବ ପ୍ରଦାନ କରାଯାଇଥିଲା ।
Tags: