ସପ୍ତଦଶ ଲୋକସଭାରେ ମୋଦି ସରକାରଙ୍କ ପକ୍ଷରୁ ଜୁନ ୨୧ ଶୁକ୍ରବାର ଦିନ ଆସିବ ’ତିନ୍ ତଲାକ୍ ବିଲ୍। ‘ତିନ୍ ତଲାକ’ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ ବିଧେୟକ ଉପସ୍ଥାପନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭ମ ଲୋକସଭାର ପ୍ରଥମ ଅଧିବେଶନରେ ଏହା ପ୍ରଥମ ବିଲ ହେବ। ରାଜ୍ୟସଭାରେ ଏହି ବିଲ୍ ପାରିତ୍ ହେବା ପାଇଁ ବିଜେପି ପାଖରେ ଆବଶ୍ୟକୀୟ ସାଂସଦ ନଥିବା ଥିବାରୁ ସରକାରଙ୍କ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହେବ । କେନ୍ଦ୍ର ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଅଧିବେଶନ। ଜୁନ ୧୭ରୁ ଆରମ୍ଭ ହୋଇଥିବା ଅଧିବେଶନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ।
Tags: