ପୁଣି ଥରେ ଲୋକସଭାରେ ବହୁଚର୍ଚ୍ଚିତ ‘ତିନ୍ ତଲାକ୍ ବିଲ୍’ ଗୃହୀତ ହୋଇଛି । ଲୋକସଭାରେ ଏହି ବିଲ୍ ସପକ୍ଷରେ ୧୮୬ ଭୋଟ୍ ମିଳିଥିବାବେଳେ ବିରୋଧରେ ୭୪ଟି ଭୋଟ୍ ମିଳିଛି । ଏହି ବିଲ୍କୁ ଏନ୍ଡିଏର ସହଯୋଗୀ ଦଳ ଜେଡିୟୁ ବିରୋଧ କରିଛି । ସେହିପରି ବିରୋଧୀ ଦଳ ମାନେ ମଧ୍ୟ ବିଲ୍କୁ ବିରୋଧ କରିଛନ୍ତି । ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ମୁସଲମାନ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଲୋକସଭାର ପ୍ରଥମ ଅଧିବେଶନ୍ରେ ପ୍ରଥମ୍ ବିଲ୍ ଭାବେ ‘ତିନ ତଲାକ୍ ବିଲ୍’ ଉପସ୍ଥାପନ କରାଯାଇଛି । ଲୋକସଭାରେ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍କୁ ପେଶ୍ କରିଥିଲେ । ଉଭୟ ଗୃହରେ ବିଲ୍ ପାଶ୍ ହେବା ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନ୍ରେ ପରିଣତ ହେବ । ତେବେ ରାଜ୍ୟସଭାରେ ଏହି ବିଲ୍ ପାରିତ ହେବା ନେଇ ସଂଶୟ ରହିଛି । ବିରୋଧୀ ଦଳ ସରକାରଙ୍କ ଏହି ବିଲ୍କୁ ସମର୍ଥନ କରୁନଥିବାରୁ ଏହାର ଭବିଷ୍ୟତ କଣ ହେବ, ତାହା ସମୟ କହିବ ।
Tags: