ମାଲେଗାଓଁ ବିସ୍ଫୋରଣ ମାମଲାରେ ନବ ନିର୍ବାଚିତ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏକ ସପ୍ତାହର ରିହାତି ପ୍ରଦାନ କରାଯାଇଛି । ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କୋର୍ଟରେ ହାଜର ନହେବା ପାଇଁ ପ୍ରଜ୍ଞାଙ୍କ ଆବେଦନକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଭୋପାଳରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିବା ପ୍ରଜ୍ଞା ସଂସଦ ଅଧିବେଶନରେ ଯୋଗ ଦେବା ପାଇଁ କୋର୍ଟରେ ହାଜର ନହେବା ପାଇଁ ଆବେଦନ କରିଥିଲେ । ପ୍ରଜ୍ଞାଙ୍କୁ କୋର୍ଟ ଏକ ସପ୍ତାହର ରିହାତି ପ୍ରଦାନ କରିଥିଲେ ମଧ୍ୟ ଏକ ସପ୍ତାହ ପରେ ପୁନର୍ବାର ହାଜର ହେବା ନିମନ୍ତେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ପୂର୍ବରୁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ କୋର୍ଟରେ ହାଜର ନହେବାର ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ ।ଉଲ୍ଲେଖଯୋଗ୍ୟ ଯେ ଜୁନ୍ 3 ତାରିଖରେ ପ୍ରଜ୍ଞାଙ୍କ ସମେତ ସମସ୍ତ ଆରୋପୀଙ୍କୁ ପ୍ରତ୍ୟେକ ସପ୍ତାହରେ କୋର୍ଟରେ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।