କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏନ୍ଏଚ୍ଏଆଇଏକୁ ଏକ ପତ୍ର ଲେଖାଯାଇଛି। ଜାତୀୟ ରାଜପଥ କାମ ସମୟରେ ପ୍ରଦୂଷଣ ପ୍ରତି ଧ୍ୟାନ ରଖାଯାଉନଥିବାରୁ ଏହି ପତ୍ର ଲେଖାଯାଇଛି। ଆଗାମୀ ଦିନରେ ଯଦି ଜାତୀୟ ରାଜପଥ ନିର୍ମାଣ ସମୟରେ ଏସବୁ ଜିନିଷକୁ ଧ୍ୟାନ ନ ଦିଆଯାଏ ତେବେ ଆଗାମୀ ଦିନରେ ଏନ୍ଏଚ୍ଏଆଇଏକୁ ୧ କୋଟିର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି। ଦିଲ୍ଳୀ ମିରଟ୍ ଏକ୍ସପ୍ରେସ୍ ଓ୍ବେରେ ଜାତୀୟ ରାଜପଥ କାମ ସମୟରେ ପରିବେଶ ପ୍ରଦୂଷଣ ହେଉଥିବାର ଅଭିଯୋଗ ଆସିବା ପରେ ଜୁନ୍ ୧୧ ତାରିଖରେ ଏହି ପତ୍ର ଲେଖାଯାଇଥିବା ଜଣାପଡିଛି।