ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀଙ୍କୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ଉଭୟ ବିଜେଡ଼ି ଓ ବିଜେପି ତରଫରୁ ପ୍ରାର୍ଥୀ ରୂପେ ଅଶ୍ବିନୀଙ୍କ ନାମ ଘୋଷଣା ପରେ ରାଜନୈତିକ ହଟଚମଟ ବେଶ୍ ବଢିଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘାେଷଣା କରିଥିଲେ। ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ବିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଥିବାବେଳେ ବିଜେପି ମଧ୍ୟ ତା’ ଅଫିସିଆଲ୍ ଟୁଇଟର୍ ପେଜ୍ରେ ଅଶ୍ବିନୀଙ୍କୁ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା। ତେବେ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେବା ପରେ ନବୀନ ପଟ୍ଟନାୟକ ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଅଶ୍ବିନୀ ବିଜେପି ପ୍ରାର୍ଥୀ ଏବଂ ତାଙ୍କୁ ଆମେ ସମର୍ଥନ କରିବୁ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏନେଇ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିବାର କହିଛନ୍ତି ନବୀନ। ପୂର୍ବତନ ଆଇଏଏସ୍ ଅଫିସର ଅଶ୍ବିନୀ ବୈଷ୍ଣବୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ରୂପେ କାର୍ଯ୍ୟ କରିଛନ୍ତି। ବିଜେପି ନିଜ ଅଫିସିଆଲ୍ ଟୁଇଟର୍ ପେଜ୍ରେ ଅଶ୍ବିନୀଙ୍କୁ ପ୍ରାର୍ଥୀ କରିଛି ବୋଲି ଟୁଇଟ୍ କରିଛି।
ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ସ୍ପଷ୍ଟୀକରଣ ଦେଲେ ନବୀନ
Published:
Jun 21, 2019, 7:21 pm IST
Tags: